କାହିଁକି ପୁରୀକୁ ବାଛିଥିଲେ ଗିରଫ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା

0

ଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କ ପାକିସ୍ତାନ ଲିଙ୍କର ଖୋଳତାଡ଼ବେଳେ ସାମ୍ନାକୁ ଆସୁଛି ଅନେକ ତଥ୍ୟ । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଜ୍ୟୋତି ଯେତେବେଳେ ପୁରୀ ଆସିଥିଲେ, ସେତେବେଳେ ସେ କେଉଁଠି ରହୁଥିଲେ ଓ କାହିଁକି ଏହି ଧାମକୁ ବାଛିଥିଲେ, ତାକୁ ନେଇ ଉଠୁଛି ପ୍ରଶ୍ନ । ପୁରୀରେ ତାଙ୍କ ସହ ପ୍ରିୟଙ୍କା ସେନାପତିଙ୍କ ଦେଖାସାକ୍ଷାତ ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଛି । ସୂଚନା ଅନୁସାରେ, ଜ୍ୟୋତି ପୁରୀରେ ଜଗନ୍ନାଥ ବଲ୍ଲଭ ଭକ୍ତ ନିବାସ ଯାଇଥିଲେ । ସେଠାରେ ସେ ଭୋଜନ କରିଥିଲେ । ପୁରୀରେ ତାଙ୍କ ସହ ଥିଲେ ପ୍ରିୟଙ୍କା ସେନାପତି । ତେବେ ଏଠି ପ୍ରଶ୍ନ ଉଠୁଛି, କାହିଁକି ପୁରୀକୁ ବାଛିଥିଲେ ଜ୍ୟୋତି । ପୁରୀକୁ ଦେଶର ସବୁ ପ୍ରାନ୍ତରୁ ଭକ୍ତ ଆସନ୍ତି । ସେଥିପାଇଁ ହୁଏତ ପୁରୀକୁ ଜ୍ୟୋତି ଟାର୍ଗେଟରେ ନେଇଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହାରି ଭିତରେ ପ୍ରିୟଙ୍କାର ସହଯୋଗ ଲୋଡ଼ିଥିଲେ ଜ୍ୟୋତି । ପୁରୀର କେଉଁ କେଉଁ ସ୍ଥାନକୁ ବୁଲିଛନ୍ତି ଜ୍ୟୋତି । ଆଉ କାହାକୁ ଭେଟିଛନ୍ତି, ସେ ନେଇ ପ୍ରିୟଙ୍କାଙ୍କ ଘନଘନ ପଚରାଉଚରା କରୁଛି ପୁରୀ ପୁଲିସ । ଅନ୍ୟପକ୍ଷରେ ଶ୍ରୀମନ୍ଦିର ଭିତରକୁ ଜ୍ୟୋତିଙ୍କୁ କିଏ ନେଇଥିଲା । କେଉଁ ସେବାୟତ ନା ଗାଇଡ୍ ସହ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ । ଏନେଇ ତଦନ୍ତ ଚଳାଇଛି ପୁଲିସ ।

Leave A Reply

Your email address will not be published.