ଦିଲ୍ଲୀରେ ବସିଲା ନିତି ଆୟୋଗ ୧୦ମ ଗଭର୍ଣ୍ଣିଂ କାଉନ୍ସିଲ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ
ଦିଲ୍ଲୀରେ ଆୟୋଜିତ ହୋଇଯାଇଛି ନିତି ଆୟୋଗର ଗୁରୁତ୍ବପୂର୍ଣ୍ଣ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନିତି ଆୟୋଗର ଦଶମ ଗଭର୍ଣ୍ଣିଂ କାଉନ୍ସିଲ୍ ବୈଠକ ଦିଲ୍ଲୀ ପ୍ରଗତି ମଇଦାନ ସ୍ଥିତ ଭାରତ ମଣ୍ଡପମ୍ରେ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ ବିକଶିତ ଭାରତ ଉପରେ ଗୁରୁତ୍ବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ କହିଛନ୍ତି ଦେଶର ବିକାଶ ପାଇଁ ଆମକୁ ଟିମ୍ ଇଣ୍ଡିଆ ଭଳି କାମ କରିବାକୁ ହେବ। ପ୍ରତ୍ୟେକ ରାଜ୍ୟର ମୁଖ୍ୟମନ୍ତ୍ରୀ ନିଜ ନିଜ ରାଜ୍ୟରେ ଗୋଟିଏ ଗୋଟିଏ ପର୍ଯ୍ୟଟନ କ୍ଷେତ୍ରକୁ ବିକାଶ କରିବେ । ଭାରତରେ ଦ୍ରୁତ ଗତିରେ ସହରୀକରଣ ହେଉଛି ବୋଲି ମୋଦୀ କହିଛନ୍ତି । ଆଜିର ବୈଠକରେ କର୍ଣ୍ଣାଟକ, କେରଳ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଯୋଗ ଦେଇନାହାଁନ୍ତି ।