ନୂଆଦିଲ୍ଲୀ (ଆମ ଟିଭି): ଆଜି ସକାଳେ ଆଫଗାନିସ୍ତାନରେ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ୧୩୫ କିଲୋମିଟର ଗଭୀରତାରେ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୪.୨ ରହିଛି । ଏହି ସମ୍ପର୍କରେ NSC ସୂଚନା ଦେଇଛନ୍ତି । ସୂଚନାନୁଯାୟୀ, ଆଜି ସକାଳ ପ୍ରାୟ ୬.୩୩ମିନିଟରେ ଆଫଗାନିସ୍ତାନରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୪.୨ ରହିଥିଲା । ଏଥିରେ କାହାରି କ୍ଷୟକ୍ଷତି ଘଟିଥିବାର ଖବର ଏପର୍ଯ୍ୟନ୍ତ ନାହିଁ । ପ୍ରଶାସନ ଏହାରି ଉପରେ ନଜର ରଖିବା ସହିତ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।
ଅନ୍ୟପଟେ ଏହାରି ପୂର୍ବରୁ ଆଫଗାନିସ୍ତାନରେ ୧୭, ୧୮ ଏବଂ ୧୯ ତାରିଖରେ ଭୂକମ୍ପ ହୋଇଥିଲା । ୧୭ତାରିଖରେ ହୋଇଥିବା ଭୂମିକମ୍ପର ତୀବ୍ରତା ୪.୫ ଥିଲା । ୧୮ତାରିଖରେ ଭୂକମ୍ପର ତୀବ୍ରତା ୪.୨ ଏବଂ ୧୯ ତାରିଖରେ ୪.୫ ତୀବ୍ରତା ଥିଲା । ନିକଟରେ ଶୁକ୍ରବାର ଦିନ ନେପାଳରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୪.୩ ଥିଲା । ଏହା ସହିତ ଇଣ୍ଡୋନେସିଆ ଏବଂ ଦକ୍ଷିଣ ସୁମାତ୍ରାରେ ଭୂକମ୍ପର ତୀବ୍ରତା ୫.୯ ଥିଲା । ଭୂକମ୍ପ କେନ୍ଦ୍ରସ୍ଥଳର ଗଭୀରତା ୧୦ କିଲୋମିଟରରେ ରହିଥିଲା ।