କଡ଼ ଲେଉଟାଉଛି କୋଭିଡ, ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧କୁ ବୃଦ୍ଧି

0

ଭୁବନେଶ୍ୱର (ଆମ ଟିଭି):  ଓଡ଼ିଶାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୧୧କୁ ବୃଦ୍ଧି । ଏଥିସହ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଏ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କିଛି ସ୍ପଷ୍ଟ କରାଯାନାହିଁ। ଗତକାଲି ରାଜ୍ୟରେ କୋଭିଡ ପଜିଟିଭଙ୍କ ସଂଖ୍ୟା ୭ ରହିଥିଲା । ଏବେ ଆଉ ଚାରି କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା୧୧ ଛୁଇଁଛି । ତେବେ ନୂଆ ଭାରିଆଣ୍ଟ ସିଭିୟର କରୁନଥିବାରୁ ଭୟଭୀତ ନହେବାକୁ ଓଡ଼ିଶା ସ୍ବାସ୍ଥ୍ୟ ବିଭାଗ ଗତକାଲି ପରାମର୍ଶ ଦେଇଛି । ଏବେ କୋଭିଡ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । ଏବେ ଯେଉଁ ଭାରିଏଣ୍ଟ ଚିହ୍ନଟ ହୋଇଛି ତାହା ମାଇଲଡ ଷ୍ଟ୍ରେନ । ତେଣୁ କେହି ଭୟଭୀତ ନ ହେବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ସେହିପରି ଦେଶରେ କୋଭିଡ କେସ ୩ ହଜାର ଟପିଛି । ଏବେ ମୋଟ ଆକ୍ଟିଭ କେସ୍ ୩ହଜାର ୩୯୫ରେ ପହଞ୍ଚିଛି । ୮ ରାଜ୍ୟରେ ସବୁଠୁ ଅଧିକ ସଂକ୍ରମଣ। କେରଳରେ ସର୍ବାଧିକ ରହିଛି ପଜିଟିଭ୍ କେସ୍। କେରଳ ପରେ ଦିଲ୍ଳୀ, ଗୁଜରାଟ, ପଶ୍ଚିମବଙ୍ଗ, ତାମିଲନାଡ଼ୁ, ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ଅଧିକ ସଂକ୍ରମିତ ଅଛନ୍ତି। କେରଳରେ ସକ୍ରିୟ କରୋନା ମାମଲା ୧୩୩୬ । କୋଭିଡ ସଂକ୍ରମଣ ବଢୁଥିବା ବେଳେ ମୁକାବିଲା ପାଇଁ କେନ୍ଦ୍ର ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ଯ ରାଷ୍ଟ୍ରମନ୍ତ୍ରୀ ପ୍ରତାପରାଓ ଯାଦବ। ଡାକ୍ତରଖାନାରେ ଯଥେଷ୍ଟ ପରିମାଣର ଆଇସିୟୁ ବେଡ ଓ ଅକ୍ସିଜେନ ସିଲିଣ୍ଡର ମହଜୁଦ ରହିଥିବା ସେ କହିଛନ୍ତି।

Leave A Reply

Your email address will not be published.