ଭୁବନେଶ୍ୱର (ଆମ ଟିଭି) : ଉପରମୁହାଁ ହେଲାଣି କରୋନା ଗ୍ରାଫ୍। ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଦେଶରେ ୪ ହଜାର ମୁହାଁ କରୋନା କେସ । ପୁଣି ଫେରିବ ମାସ୍କ । ଏବେ ୩ହଜାର ୯୬୧ ରହିଛି କରୋନା ଆକ୍ସିଭ କେସ। ଗତ ୨୪ ଘଣ୍ଟାରେ କୋଭିଡରେ ଆଉ ୪ ଜଣଙ୍କ ମୃତ୍ୟୁ ହୋଇଛି। ଚଳିତ ବର୍ଷ ଦେଶରେ କୋଭିଡ ମୃତ୍ୟୁସଂଖ୍ୟା ୩୨ରେ ପହଞ୍ଚିଛି।ଗତ ୨୪ ଘଣ୍ଟାରେ ଦେଶରେ ଆଉ ୨୦୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛି । କେରଳରେ ସର୍ବାଧିକ ୧୪୩୫ କରୋନା ସଂକ୍ରମିତ ଅଛନ୍ତି । ସେହିପରି ମହାରାଷ୍ଟ୍ରରେ ୫୦୬ ସଂକ୍ରମିତ ଥିବା ଜଣାଯାଇଛି ।
ପଶ୍ଚିମବଙ୍ଗରେ ୪୪ ନୂଆ କେସ ବାହାରିଥିବା ବେଳେ ମୋଟ ସଂକ୍ରମିତ ସଂଖ୍ୟା ୩୩୧ରେ ପହଞ୍ଚିଛି । ଦିଲ୍ଲୀ , କେରଳ ଓ ଗୁଜରାଟରେ ମଧ୍ୟ ସଂକ୍ରମଣ ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ଓଡ଼ିଶାରେ ୧୨ରେ ପହଞ୍ଚିଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା। କୋଭିଡ ସଂକ୍ରମଣ ବଢୁଥିବା ବେଳେ ମୁକାବିଲା ପାଇଁ କେନ୍ଦ୍ର ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି। ଡାକ୍ତରଖାନାରେ ଯଥେଷ୍ଟ ପରିମାଣର ଆଇସିୟୁ ବେଡ ଓ ଅକ୍ସିଜେନ ସିଲିଣ୍ଡର ମହଜୁଦ ରହିଛି। ଜନଗହଳି ସ୍ଥାନରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି।
ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ଆହ୍ୱାନ ଦେଲା ସ୍ୱାସ୍ଥ୍ୟ ବିଭାଗ। ଷ୍ଟାଣ୍ଡର୍ଡ ପ୍ରୋଟୋକୋଲ ମାନିବାକୁ ପରାମର୍ଶ। ଲୋକଙ୍କୁ ଗହଳିକୁ ନ ଯିବାକୁ ପରାମର୍ଶ, ହାତ ଧୋଇବା ସହ ଗ୍ଲୋବସ ପିନ୍ଧିବା ଓ ମାସ୍କ ବ୍ୟବହାର କରିବାକୁ ପରାମର୍ଶ। ନିଶ୍ଚିତ ଏହା ପାଳନ କରିବାକୁ ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ।