ନରୱେ ଚେସ୍ ୨୦୨୫ରେ ଗୁକେଶଙ୍କ ପ୍ରଥମ ବିଜୟ ପାଇଁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ(ଆମ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନରୱେ ଚେସ୍ ୨୦୨୫ର ଷଷ୍ଠ ରାଉଣ୍ଡରେ ମ୍ୟାଗନସ୍ କାର୍ଲସେନ୍‌ଙ୍କ ବିପକ୍ଷରେ ପ୍ରଥମ ବିଜୟ ପାଇଁ ଗୁକେଶଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି, “ବିଶ୍ୱର ନମ୍ବର ୧ ଖେଳାଳୀଙ୍କୁ ପରାସ୍ତ କରିବା ପାଇଁ ତାଙ୍କୁ ଅଭିନନ୍ଦନ। ନରୱେ ଚେସ୍ ୨୦୨୫ର ଷଷ୍ଠ ରାଉଣ୍ଡରେ ମ୍ୟାଗନସ୍ କାର୍ଲସେନ୍‌ଙ୍କ ବିପକ୍ଷରେ ପ୍ରଥମ ବିଜୟ ତାଙ୍କର ପ୍ରତିଭା ଏବଂ ସମର୍ପଣକୁ ଦର୍ଶାଉଛି।”

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି;

“ଗୁକେଶଙ୍କ ଦ୍ୱାରା ଏକ ଅସାଧାରଣ ଉପଲବ୍ଧି! ସର୍ବେଶ୍ରେଷ୍ଠ ଖେଳାଳୀଙ୍କ ବିପକ୍ଷରେ ବିଜୟ ହାସଲ କରିଥିବାରୁ ତାଙ୍କୁ ଅଭିନନ୍ଦନ। ନରୱେ ଚେସ୍ ୨୦୨୫ର ଷଷ୍ଠ ରାଉଣ୍ଡରେ ମ୍ୟାଗନସ୍ କାର୍ଲସନ୍‌ଙ୍କ ବିପକ୍ଷରେ ପ୍ରଥମ ବିଜୟ ତାଙ୍କର ପ୍ରତିଭା ଏବଂ ସମର୍ପଣକୁ ଦର୍ଶାଉଛି। ତାଙ୍କର ଆଗାମୀ ଯାତ୍ରା ପାଇଁ ନିରନ୍ତର ସଫଳତା କାମନା କରୁଛି।”

Leave A Reply

Your email address will not be published.