ଚଳନ୍ତା ଟ୍ରେନ୍‌ରୁ ଖସିପଡ଼ିଲେ ଯାତ୍ରୀ; ୫ ମୃତ

0

ମୁମ୍ବାଇ (ଆମ ଟିଭି): ମୁମ୍ବାଇ ଥାଣେ ରେଲୱେ ଷ୍ଟେସନରେ ଅଘଟଣ । ଲକ୍ଷ୍ନୌ ଯାଉଥିବା ଟ୍ରେନ୍‌ରୁ ଖସିପଡ଼ିଲେ ଯାତ୍ରୀ । ଚଳନ୍ତା ଏକ୍ସପ୍ରେସ୍‌ରୁ ଖସି ୫ ଯାତ୍ରୀଙ୍କ ମୃତ୍ୟୁ , ଏକାଧିକ ଆହତ । ସକାଳ ପ୍ରାୟ ୧୦ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ରେଳବାଇ ପୁଲିସ (GRP) ଏବଂ ସ୍ଥାନୀୟ ପ୍ରଶାସନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ରେଲୱେ ପ୍ରଶାସନ ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

ସୂଚନା ଅନୁସାରେ ଦୁର୍ଘଟଣାର କାରଣ ଟ୍ରେନରେ ଅତ୍ୟଧିକ ଭିଡ଼ ବୋଲି ଅନୁମାନ କରାଯାଉଛି । ପ୍ରାଥମିକ ତଦନ୍ତ ଅନୁସାରେ , ଯାତ୍ରୀମାନେ ଦ୍ୱାରରେ ଝୁଲି ଯାତ୍ରା କରୁଥିଲେ, ଏହି ସମୟରେ ଏହି ଦୁର୍ଘଟଣା ଘଟିଥିଲା ।

Leave A Reply

Your email address will not be published.