ଆଉ ଦିନକ ପରେ ମହାପ୍ରଭୃଙ୍କ ସ୍ନାନଯାତ୍ରା, ପୁରୀକୁ ଜଗିବେ ୭୦ ପ୍ଲାଟୁନ୍ ଫୋର୍ସ

0

ପୁରୀ (ଆମ ଟିଭି): ଆଉ ଦିନକ ପରେ ଅର୍ଥାତ ଆସନ୍ତା ୧୧ ତାରିଖରେ ହେବ ମହାପ୍ରଭୃଙ୍କ ସ୍ନାନ ଯାତ୍ରା। ତିନିଠାକୁର ରତ୍ନ ସିଂହାସନରୁ ବାହାରି ସ୍ନାନ ମଣ୍ଡପକୁ ବିଜେ କରିବେ। ସେଠାରେ ଶହେ ଆଠ ଗରା ପାଣିରେ ଗାଧୋଇବେ। ଏହାକୁ ଦେଖିବା ପାଇଁ ପୁରୀରେ ପ୍ରବଳ ଜନସମାଗମ ହେବ। ସେଥିପାଇଁ ପୁରୀ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ସେହି ଅନୁସାରେ ପୁରୀ ୭୦ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ। ୪ ଏସ୍‌ପି ରାଙ୍କର କମାଣ୍ଡାଣ୍ଟଙ୍କ ସହ ୪୫୦ ଅଧିକାରୀ ପୁରା ସହରରେ ମୁତୟନ ହେବେ । ଏହାସହ ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ୍ ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି।

Leave A Reply

Your email address will not be published.