ଆଜି ୫ ଟି ବିଭାଗରେ ୯୬୪ ଜଣଙ୍କୁ ନିଯୁକ୍ତି ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

0

ଭୁବନେଶ୍ବର (ଆମ ଟିଭି): ଆଜି ଶେଷ ରଜରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୯୬୪ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ। ଭୁବନେଶ୍ବରର ଓୟୁଏଟି ହଲରେ ଆୟୋଜିତ ଏକ ବିଶେଷ କାର‌୍ୟ୍ୟକ୍ରମରେ ଏହି ନିଯୁକ୍ତି ପତ୍ର ପ୍ରଦାନ କରାଯିବ। ଏଥିରେ ମୁଖ୍ୟଶାସନ ସଚିବଙ୍କ ସହିତ ବିଭାଗୀୟ ମନ୍ତ୍ରୀମାନେ ଉପସ୍ଥିତ ରହିବେ।

ମୋଟ ୫ ଟି ବିଭାଗ ପାଇଁ ଏହି ନିଯୁକ୍ତି କରାଯିବ। ସେଥିମଧ୍ୟରେ ପୁର୍ତ୍ତ ବିଭାଗର ସର୍ବାଧିକ ୫୬୪ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ। ସେହିପରି ଗୃହ ଓ ନଗର ଉନ୍ନୟନ ବିଭାଗ ପାଇଁ ୨୦୪,ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ୧୧୭ ଜଣ, ଜଳ ସଂପଦ ବିଭାଗ ପାଇଁ ୬୨ ଜଣ ଏବଂ ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ପାଇଁ ୧୮ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ।

Leave A Reply

Your email address will not be published.