ହଠାତ୍ ମଞ୍ଚରେ କାନ୍ଦିଲେ ରାଷ୍ଟ୍ରପତି, କାରଣ ଜାଣିଲେ ହୋଇଯିବେ ତାଜୁବ!
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ୬୭ତମ ଜନ୍ମଦିନରେ ଉତ୍ତରାଖଣ୍ଡର ତିନି ଦିନିଆ ଗସ୍ତରେ ଅଛନ୍ତି। ତେବେ ତାଙ୍କର ଏକ ଭାବପ୍ରବଣ ହୋଇ କାନ୍ଦୁଥିବା ଭିଡିଓ ଭାଇରାଲ ହୋଇଛି। ଡେରାଡୁନସ୍ଥିତ ନ୍ୟାସନାଲ ଇନଷ୍ଟିଟ୍ୟୁଟ ଫର ଦି ଏମ୍ପାୱାରମେଣ୍ଟ ଅଫ ପର୍ସନ୍ସ ଉଇଥ ଭିଜୁଆଲ ଡିଜାବିଲିଟିଜ (NIEPVD)ର ଛାତ୍ରୀଛାତ୍ରମାନେ ତାଙ୍କ ଜନ୍ମଦିନ ଉପଲକ୍ଷେ ଏକ ସୁନ୍ଦର ଗୀତ ଗାଇ ଶୁଭେଚ୍ଛା ଜଣାଇଥିଲେ। ଏହି ଗୀତ ଶୁଣି ରାଷ୍ଟ୍ରପତି ଏତେ ଆବେଗପ୍ରବଣ ହୋଇଥିଲେ ଯେ ସେ ଷ୍ଟେଜରେ ହିଁ କାନ୍ଦିବାକୁ ଲାଗିଲେ।
ଏହି ଅବସରରେ ଉତ୍ତରାଖଣ୍ଡ ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ଗୁରମିତ ସିଂହ ଏବଂ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ରାଷ୍ଟ୍ରପତିଙ୍କୁ ସମ୍ମାନିତ କରିଥିଲେ। ରାଷ୍ଟ୍ରପତି ମୁର୍ମୁ ରାଜପୁର ରୋଡ଼ରେ ନୂତନ ନିର୍ମିିତ ରାଷ୍ଟ୍ରପତି ନିକେତନର ଉଦଘାଟନ ମଧ୍ୟ କରିଥିଲେ। ଏହା ସହ ସେ ନୈନିତାଲର ରାଜଭବନରେ ଏକ ଡାକଟିକଟ ଉନ୍ମୋଚନ କରିବେ, ଯାହା ଏହି ଐତିହାସିକ ଭବନର ୧୨୫ ବର୍ଷ ପୂର୍ତ୍ତି ଉପଲକ୍ଷରେ ପ୍ରକାଶିତ ହେଉଛି।