ଅପରେସନ ସିନ୍ଧୁ ଜରିଆରେ ଇରାନରୁ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ଜାରି

0

ନୂଆଦିଲ୍ଲୀ (ଆମ ଟିଭି): ଅପରେସନ ସିନ୍ଧୁ ଜରିଆରେ ଇରାନରୁ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ଜାରି। ଗତକାଲି ଫେରିଲେ ୨୯୦ ଭାରତୀୟ। ଆଜି ଭୋରରୁ ୫୬ ଜଣଭାରତୀୟ ରାଜଧାନୀ ଦିଲ୍ଲୀରେ ଆସି ପହଞ୍ଚିଛନ୍ତି। ଭାରତ ପାଇଁ ନିଜ ଆକାଶ ମାର୍ଗ ଖୋଲିଲା ଇରାନ ଏହାପରେ ବିମାନରେ ଇରାନରୁ ଦେଶକୁ ଫେରୁଛନ୍ତି ଭାରତୀୟ। ସେଠାରେ ଯୁଦ୍ଧ ଲାଗି ରହିଥିବାରୁ ସେଠାରେ ରହୁଥିବା ଭାରତୀୟମାନେ ଫସି ରହିଥିଲେ।

ଜୀବନ ପ୍ରତି ମଧ୍ୟ ବିପଦର ଆଶଙ୍କା ଥିଲା। ଉଦ୍ଧାର କରିବାକୁ ନିଷ୍ପତ୍ତି ନେଇଥିଲେ ଭାରତ ସରକାର। ଏଥିପାଇଁ ଅପରେସନ ସିନ୍ଧୁ ଆରମ୍ଭ କରାଯାଇଛି। ସେଠାରୁ ସିଧାସଳଖ ବିମାନ ଆସି ଦିଲ୍ଲୀରେ ପହଞ୍ଚିଛନ୍ତି। ଆଗରୁ ୧୧୦ ଜଣ ଭାରତୀୟ ଛାତ୍ର ଆସିଥିଲେ। ଇରାନରୁ ସିଧାସଳଖ ଆସିନଥିଲେ ମଧ୍ୟ ଆର୍ମେନିଆ ଓ ଦୋହା ଦେଇ ସେମାନେ ଫେରିଛନ୍ତି।

Leave A Reply

Your email address will not be published.