ରାଜ୍ୟରେ କ୍ରମାଗତ ଭାବେ ବର୍ଷା ଜାରି ରହିଥିବା ବେଳେ ଏହା ଆଉ ୫ ଦିନ ଅର୍ଥାତ୍ ଆସନ୍ତା ୨୬ ତାରିଖ ଯାଏଁ ବର୍ଷିବ । ଆଜି ମଧ୍ୟ ବର୍ଷା ହେବା ନେଇ ସୂଚନା ରହିଛି । ଏହା ସହ ବଜ୍ରପାତ ୧୮ ଜିଲ୍ଲାକୁ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଏନେଇ କେତେକ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଜଗତ୍ସିଂହପୁରରେ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ରାୟଗଡ଼ା, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ପୁରୀ ଓ ଖୋର୍ଦ୍ଧା ଆଦି ଜିଲ୍ଲାରେ ବର୍ଷା ସହ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ ।