ଓଡ଼ିଶାରେ କଙ୍ଗାରୁ କୋର୍ଟ, ମୁହଁ ଖୋଲିଲେ କଂଗ୍ରେସ ନେତା; କହିଲେ ଦେଶ ସମ୍ବିଧାନରେ ଚାଲିବ

0

ଗାଁ ଦାଣ୍ଡରେ ଯୁବକଙ୍କୁ ଅଧା ଲଣ୍ଡା କରି ବୁଲାଇଲେ ଆଉ ଆଣ୍ଠେଇ ଆଣ୍ଠେଇ ଗାଁ ବୁଲାଇଲେ । ଘାସ ଖୁଆଇବା ସହିତ ନର୍ଦ୍ଦମା ପାଣି ମଧ୍ୟ ପିଆଇଲେ । ଗଞ୍ଜାମ ଧରାକୋଟରେ ଘଟିଥିବା କଙ୍ଗାରୁ କୋର୍ଟର ଏ କରୁଣ ପରିଣତି ପରେ ଏହାକୁ ନେଇ ଏବେ ତେଜିଛି ରାଜନୀତି । ଖୋଦ୍ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏ ବିଷୟରେ ବିଜେପି ସରକାରକୁ ଟାର୍ଗେଟ୍ କରିବା ଦେଶ ସମ୍ବିଧାନରେ ଚାଲିବ ମନୁସ୍ମୃତିରେ ନୁହେଁ ବୋଲି ସିଧା ସିଧା କହିଛନ୍ତି ।

ରାହୁଲ ଗାନ୍ଧୀ ସୋସିଆଲ୍ ମିଡିଆରେ ଏହି ଘଟଣା ସମ୍ପର୍କରେ ପୋଷ୍ଟ ସେୟାର୍ କରି ଲେଖିଛନ୍ତି, ଓଡ଼ିଶାରେ ଦୁଇ ଦଳିତ ଯୁବକଙ୍କୁ ଆଣ୍ଠୁରେ ଚଲାଯିବା ସହିତ ଘାସ ଖୁଆଇବା ଘଟଣା ଅମାନବୀୟ ଅଟେ । ଯେଉଁମାନେ ଜାତି ଏବେ ମୁଦ୍ଦା ନୁହେଁ ବୋଲି କହୁଛନ୍ତି, ସେମାନଙ୍କ ପାଇଁ ଏ ଘଟଣା ଆଇନା ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ତା ସହିତ ଏ ଦେଶ ସମ୍ବିଧାନ ଦ୍ୱାରା ଚାଲିବ, ମନୁସ୍ମୃତିରେ ନୁହେଁ ବୋଲି କହିଛନ୍ତି କଂଗ୍ରେସର ସାଂସଦ ।

Leave A Reply

Your email address will not be published.