ରଥଯାତ୍ରା ଅବସରରେ ଉତ୍କଳ ପ୍ରସଂଗର ସ୍ବତନ୍ତ୍ର ସଂଖ୍ୟା ହେଲା ଉନମୋଚିତ

0

ପୁରୀ (ଆମ ଟିଭି): ରଥଯାତ୍ରା ଅବସରରେ ଆଜି ପୁରୀ ବଡ ଦାଣ୍ଡରରେ ଉନମୋଚିତ ହୋଇଛି ଉତ୍କଳ ପ୍ରସଂଗର ସ୍ବତନ୍ତ୍ର ସଂଖ୍ୟା। ଏହି ସ୍ବତନ୍ତ୍ର ସଂଖ୍ୟାଟି ପ୍ରଭୃ ଜଗନ୍ନାଥଙ୍କ ରଥଯାତ୍ରା ଉପରେ ଅଧାରିତ। ଯାହାକୁ କୁହାଯାଇଛି ରଥଯାତ୍ରା ବିଶେଷାଙ୍କ। ଏହି ସ୍ବତନ୍ତ୍ର ସଂଖ୍ୟାରେ ରଥଯାତ୍ରାର ଇତିହାସ, କିମ୍ବଦନ୍ତୀ ଏବଂ ଗବେଷଣା ସାହିତ୍ୟ ଉପରେ ଆଧାରିତ ହୋଇଛି। ଏହି ସଂଖ୍ୟାରେ ରାଜ୍ୟର ବିଶିଷ୍ଠ ଲେଖକଙ୍କର ଲେଖା ପ୍ରକାଶିତ ହୋଇଛି।

ଏହି ସଂଖ୍ୟାକୁ ରାଜ୍ୟପାଳ ହରିବାବୁ କୁମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ରସିଂ ଶେଖାୱାତ, ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା, କେଭି ସିଂହଦେଓ ପ୍ରମୁଖ ଉନମୋଚନ କରିଥିଲେ।

Leave A Reply

Your email address will not be published.