ଭୁବନେଶ୍ୱର (ଆମ ଟିଭି): ପବିତ୍ର ରଥଯାତ୍ରା ଉପଲକ୍ଷେ ଆଜି ରାଷ୍ଟ୍ରୀୟ ଲୋକ ଦଳର ନ୍ୟାସନାଲ ଜେନେରାଲ ସେକ୍ରେଟାରୀ ଅର୍ଗାନାଇଜେସନ୍ ଶ୍ରୀ ତ୍ରିଲୋକ ତ୍ୟାଗୀ ଜୀ ଓଡ଼ିଶା ଆସିଛନ୍ତି । ଆସନ୍ତାକାଲି ଦିନ ୧୧ଟାରେ ଭୁବନେଶ୍ୱର ପ୍ରେସ୍ କ୍ଲବ୍ ଅଫ୍ ଓଡ଼ିଶାରେ ଏକ ପ୍ରେସ୍ କନ୍ଫରେନ୍ସ କରିବେ । ଏଥିରେ ସେ ଆର ଏଲ ଡି ର ଓଡ଼ିଶା ଶାଖା ଅଧ୍ୟକ୍ଷ ଚୟନ ନେଇ ସୂଚନା ଦେବେ ।

ପ୍ରଥମ ଥର ପାଇଁ ଓଡ଼ିଶାରେ ରାଷ୍ଟ୍ରୀୟ ଲୋକ ଦଳ ନିଜ ସଂଗଠନ ଆରମ୍ଭ କରୁଛି । ଆଗାମୀ ଦିନରେ ଓଡିଶା ର ଚାଷୀ ସମସ୍ୟା ,ମହିଳା ସଶକ୍ତିକରଣ, ଲୋକଙ୍କ ପାନୀୟ ଜଳ ସମସ୍ୟାଠାରୁ ଆରମ୍ଭ କରି, ଶିକ୍ଷା, ସ୍ୱାସ୍ଥ୍ୟ ଓ ବେକାରୀ ସମସ୍ୟା କଥା ଉଠାଇବ ଆର ଏଲ ଡି । ଏହା ସହ ଆଗାମୀ ପଞ୍ଚାୟତ ନିର୍ବାଚନ ଓ ସାଧାରଣ ନିର୍ବାଚନରେ ମଧ୍ୟ ଭାଗ ନେବ ଆର୍ଏଲ୍ଡି ।

ଏହି ସାମ୍ବାଦିକ ସମ୍ମିଳନୀରେ ନ୍ୟାସ୍ନାଲ ଜେନେରାଲ ସେକ୍ରେଟାରୀ ଅର୍ଗାନାଇଜେସନ୍ ତ୍ରିଲୋକ ତ୍ୟାଗୀ ଜୀ ଓ ଓଡ଼ିଶା ଶାଖା କନ୍ଭେନର ଜିତେନ୍ଦ୍ର କୁମାର ହାତୀ ସାମିଲ ହେବେ । ଏହାସହ ଅନେକ ସାମ୍ବାଦିକ ବନ୍ଧୁମାନେ ମଧ୍ୟ ଉପସ୍ଥିତ ରହିବେ ।

ପଢନ୍ତୁ ଏହି ଖବର… ଜଗନ୍ନାଥଙ୍କ କୃପାରୁ ମୋ ପାଖରେ ସବୁ ଅଛି’ ; ଶ୍ରୀକ୍ଷେତ୍ରରେ ପହଞ୍ଚି ଭକ୍ତଙ୍କୁ ସେବା ଯୋଗାଇଲେ ଗୌତମ ଆଦାନୀ