ରଥଯାତ୍ରାରେ ଅଲଟ୍ରାଟେକ୍ ସିମେଣ୍ଟ ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ’ରେ ପାଇଲା ସ୍ଥାନ
ଚଳିତ ରଥଯାତ୍ରାରେ, ପୁରୀ ସମୁଦ୍ର ବେଳାଭୂମିରେ ସବୁଠାରୁ ବଡ଼ ଆନାମର୍ଫିକ୍ ସମନ୍ୱିତ ଗୃହ ସ୍ଥାପନା ପାଇଁ ଅଲଟ୍ରାଟେକ୍ ସିମେଣ୍ଟ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ପାଇଲା ସ୍ଥାନ । ଏହି ଐତିହାସିକ ସଫଳତାରେ, ଭାରତର ନମ୍ବର ୧ ସିମେଣ୍ଟ ବ୍ରାଣ୍ଡ ଅଲଟ୍ରାଟେକ୍ ସିମେଣ୍ଟ ଲିମିଟେଡ୍, ପ୍ରତିଷ୍ଠିତ ପୁରୀ ସମୁଦ୍ର ବେଳାଭୂମିରେ ସର୍ବବୃହତ ଆନାମର୍ଫିକ୍ ଡିସ୍ପ୍ଲେ ସମନ୍ୱିତ ଗୃହ ସ୍ଥାପନ କରି ଆନୁଷ୍ଠାନିକ ଭାବରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ପ୍ରବେଶ କରିଛି, ଯାହା ୨୦୨୫ ରଥଯାତ୍ରାର ମହାନ ଉତ୍ସବ ସମୟରେ ନବସୃଜନ, ଡିଜାଇନ୍ ଏବଂ ଗଠନାତ୍ମକ ଉତ୍କର୍ଷତାର ଏକ ଅନନ୍ୟ ମିଶ୍ରଣକୁ ରଚନା କରିଛି।
ସନ୍ଧ୍ୟାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଯୁଗ୍ମ ସଭାପତି – ଜୋନାଲ ମୁଖ୍ୟ ଶ୍ରୀ ଅମିତାଭ ପାଣ୍ଡେ ଅଲଟ୍ରାଟେକ୍ ସିମେଣ୍ଟ ବ୍ରାଣ୍ଡ ପକ୍ଷରୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ପ୍ରମାଣପତ୍ର ଗ୍ରହଣ କରିଥିଲେ। ଏହି ସମ୍ମାନ ବିଶିଷ୍ଟ ଗଣମାଧ୍ୟମ ବ୍ୟକ୍ତିତ୍ୱ ଶ୍ରୀଯୁକ୍ତ ନରବିଜୟ ଯାଦବ, ଏବଂ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡର ସରକାରୀ ପ୍ରତିନିଧି, ପ୍ରଦାନ କରିଥିଲେ।
ରେକର୍ଡ କରିଥିବା ଏହି ସ୍ଥାପନା ଲ୍ଇଡି ମାଧ୍ୟମରେ ଏକ ଦୁଇ ମହଲା ବିଶିଷ୍ଟ କଂକ୍ରିଟ୍ ଘର ଗଠନ ରହିଛି ଯାହା ଏକ ଆଧୁନିକ ଭାରତୀୟ ଘର ସଦୃଶ ଡିଜାଇନ୍ କରାଯାଇଛି ଓ ଏକ ବାହ୍ୟ ଆନାମର୍ଫିକ୍ ୩ଡି ପ୍ରଦର୍ଶନ ସହିତ ସହଜରେ ସମନ୍ୱିତ ହୋଇଛି ଯାହା ଭାରତରେ ପ୍ରଥମ। ପବିତ୍ର ରଥଯାତ୍ରାର ଅବସରରେ ପ୍ରସ୍ତୁତ ଏହି ଅଭିଯାନ ଏହାର ବୈଷୟିକ ସୂକ୍ଷ୍ମତା ଏବଂ କଳାତ୍ମକ ପ୍ରଚେଷ୍ଟା ପାଇଁ ପ୍ରଶଂସା ଆଣିଥିଲା, ଯାହା ହଜାର ହଜାର ପରିଦର୍ଶକ ଏବଂ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥିଲା।
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ର ମାନ୍ୟତା ଦାୟିତ୍ୱ ନେଇଥିବା ଶ୍ରୀ ନରବିଜୟ ଯାଦବ ସାମ୍ବାଦିକତା ଏବଂ ଗଣମାଧ୍ୟମ ଶିଳ୍ପରେ ରହିଛି ୩୬ ବର୍ଷର ଅଭିଜ୍ଞତା । ବର୍ତ୍ତମାନ ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ପତ୍ରିକାର ସମ୍ପାଦକ ଭାବରେ କାର୍ଯ୍ୟ କରୁଛନ୍ତି। ଏହି ପ୍ରତୀକାତ୍ମକ ସ୍ଥାପନା ସହିତ, ଅଲଟ୍ରାଟେକ୍ ପୁଣି ଥରେ କେବଳ ନିର୍ମାଣ ସାମଗ୍ରୀରେ ନୁହେଁ, ବରଂ ରାଷ୍ଟ୍ର ନିର୍ମାଣ, ନବସୃଜନ ଏବଂ ସାଂସ୍କୃତିକ ସମନ୍ୱୟରେ ମଧ୍ୟ ନିଜର ନେତୃତ୍ୱକୁ ସୁଦୃଢ଼ କରୁଛି। ଏହି କାର୍ଯ୍ୟକ୍ରମ ବ୍ରାଣ୍ଡ ଟୁ ପିପୁଲ୍ ଇଣ୍ଟିଗ୍ରେଟେଡ୍ ସଲ୍ୟୁସନ୍ସ ଦ୍ୱାରା ପରିଚାଳିତ।