୧୦୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ବହୁଚର୍ଚ୍ଚିତ ଚଳଚ୍ଚିତ୍ର ‘ଶ୍ରୀଜଗନ୍ନାଥଙ୍କ ନବକଳେବର’, ପ୍ରିମିୟର ଶୋ’ ହାଉସଫୁଲ

ସର୍ବଭାରତୀୟ ସ୍ତରରେ ମୁକ୍ତିଲାଭ, ସିନେପଲିସରେ ଡବଲ ପ୍ରିମିୟର

0

ଭୁବନେଶ୍ୱର (ଆମ ଟିଭି): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ସର୍ବଭାରତୀୟ ସ୍ତରରେ ମୁକ୍ତିଲାଭ କରିଛି ବହୁଚର୍ଚ୍ଚିତ ଚଳଚ୍ଚିତ୍ର “ଶ୍ରୀଜଗନ୍ନାଥଙ୍କ ନବକଳେବର। ସାଇ ଶ୍ରଦ୍ଧା ଟେଲି ପ୍ରଡ଼କ୍ସନ ବ୍ୟାନରରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରକୁ ସମୁଦାୟ 100ଟି ପ୍ରେକ୍ଷାଳୟ ମିଳିଛି, ଯାହା ଏକ ସର୍ବକାଳୀନ ରେକର୍ଡ। ରସୁଲଗଡ ଏସପ୍ଲାନଡ ୱାନ ମଲ ସ୍ଥିତ ସିନେପଲିସ ଠାରେ ଏକାକାଳୀନ ଏହାର ଡବଲ ପ୍ରିମିୟର ଶୋ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଚଳଚ୍ଚିତ୍ରର କଳାକାର ଓ ଟେକ୍ନିସିଆନଙ୍କ ସମେତ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ସହ ଜଡିତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

ସେମାନଙ୍କ ମଧ୍ୟରେ ଥିଲେ ପରମ ପୂଜ୍ୟ ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀ, ପ୍ରଯୋଜିକା ତଥା ନିର୍ଦ୍ଦେଶିକା ସୌଭାଗ୍ୟଲକ୍ଷ୍ମୀ ଜେନା (ବିନି), ଅନ୍ୟତମ ପ୍ରଯୋଜକ ଦିଲୀପ କୁମାର ଜେନା, କାର୍ଯ୍ୟକାରୀ ପ୍ରଯୋଜକ ପ୍ରଣୟ ଜେଠୀ, ବରିଷ୍ଠ ଲେଖକ ଶାନ୍ତନୁ କୁମାର ଆଚାର୍ଯ୍ୟ, କାଦମ୍ବିନୀ ସମ୍ପାଦିକା ଡ. ଇତି ସାମନ୍ତ,କାହାଣୀକାର ଶଙ୍କର ତ୍ରିପାଠୀ, ବରିଷ୍ଠ ପ୍ରଯୋଜକ ସଚିକାନ୍ତ ଜେନା, ରବୀନ୍ଦ୍ର କୁମାର ପଣ୍ଡା, ଜ୍ୟୋତି ରଞ୍ଜନ ମହାନ୍ତି, ରୁନା ପଣ୍ଡା, ଟିକି ପଟ୍ଟନାୟକ, ଏନ ଗଙ୍ଗାଧର ରେଡ୍ଡୀ, ଅବିନେତା ଶ୍ରୀତମ ଦାସ, ଜ୍ୟୋତି ରଞ୍ଜନ ନାୟକ, ଅଂଶୁମାନ, କେଦାର ମିଶ୍ର, ସୁକାନ୍ତ ରଥ,ରବି ମିଶ୍ର, ରୁଦ୍ର ପାଣିଗ୍ରାହୀ, ରୁଷି ପଟ୍ଟନାୟକ, ଅଭିନେତ୍ରୀ ସୂର୍ଯ୍ୟମୟୀ, ଶିବାନୀ ସଂଗୀତା, ପିଙ୍କି ପ୍ରଧାନ, ପ୍ରତିଭା ପଣ୍ଡା, ଗୁନଗୁନ, ପୁନମ ମିଶ୍ର, ଶୀତଲ ପାତ୍ର, ଲିପ୍ସା ମିଶ୍ର, ପ୍ରଚାର ଅଧିକାରୀ ହରପ୍ରସାଦ ମହାପାତ୍ର, କଣ୍ଠଶିଳ୍ପୀ ସତ୍ୟଜିତ ପ୍ରଧାନ, ଅନ୍ତରା ଚକ୍ରବର୍ତ୍ତୀ, ଗୀତିକାର ମୋହିତ ଚକ୍ରବର୍ତ୍ତୀ, ନିର୍ଦ୍ଦେଶକ ତଥା କୋରିଓଗ୍ରାଫର ବବି ଇସଲାମ, ଜିତୁ ରାଉତ ଓ ସନ୍ଦୀପ ମିଶ୍ର। ପରଦାରେ ଜଗନ୍ନାଥଙ୍କ ଅନନ୍ୟ ମହିମା ଆଧାରିତ ଏହି ଚଳଚ୍ଚିତ୍ରକୁ ଦେଖିବା ପାଇଁ ଦର୍ଶକଙ୍କ ଖଚାଖଚ ଭିଡ଼ ଦେଖିବାକୁ ମିଳିଥିଲା।

ସାଇ ଶ୍ରଦ୍ଧା ଟେଲି ପ୍ରଡକ୍ସନ ନିବେଦିତ ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ର ପ୍ରଯୋଜନା ସହ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ରଖିଛନ୍ତି ବିନି ସାମଲ। ତାଙ୍କ ନିର୍ଦ୍ଦେଶିତ ଏହା ପ୍ରଥମ ଚଳଚ୍ଚିତ୍ର। ଅନ୍ୟତମ ପ୍ରଯୋଜକ ଅଛନ୍ତି ଦିଲୀପ କୁମାର ଜେନା।ଜଗନ୍ନାଥଙ୍କ ମହିମା ଆଧାରିତ ତଥା ତାରକା ଖଚିତ ଏହି ଚଳଚ୍ଚିତ୍ରକୁ ନିର୍ମାଣ କରିବା ପାଇଁ କଳାକାର ଓ ଟେକ୍ନିସିଆନଙ୍କୁ ପ୍ରାୟ ତିନି ବର୍ଷ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡିଛି। ଏଥିରେ ସିଦ୍ଧାନ୍ତ, ସୂର୍ଯ୍ୟମୟୀ, ଜ୍ୟୋତି, ଶିବାନୀ, ଶ୍ରୀତମ, ଅଂଶୁମାନ, ପିଙ୍କି ପ୍ରଧାନ, କୁନା ତ୍ରିପାଠୀ,ଅଶ୍ରୁମୋଚନ ମହାନ୍ତି, ପ୍ରତିଭା ପଣ୍ଡା, ରବି ମିଶ୍ର,କେଦାର ମିଶ୍ର, ରତନ ମେହେର, ସାହେବ ସିଂ, ଶଙ୍କର , ପ୍ରିୟଙ୍କା ସାହୁ, ଋଷି ପଟ୍ଟନାୟକ, ଶମ୍ଭୁନାଥ ଖୁଣ୍ଟିଆ ପ୍ରମୁଖ ଅଭିନୟ କରିଛନ୍ତି। ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ନାଟ୍ୟକାର ଶଙ୍କର ତ୍ରିପାଠୀଙ୍କ ଏକ ଚର୍ଚ୍ଚିତ ନାଟକ ଆଧାରରେ ନିର୍ମିତ ଏହି ଚଳଚ୍ଚିତ୍ରରେ ସଙ୍ଗୀତ ଦେଇଛନ୍ତି ମଳୟ ମିଶ୍ର। ଏଥିରେ କଣ୍ଠଦାନ କରିଛନ୍ତି ଇରା ମହାନ୍ତି, ସତ୍ୟଜିତ ପ୍ରଧାନ, ଅନ୍ତରା ଚକ୍ରବର୍ତ୍ତୀ ଓ ସତ୍ୟବ୍ରତ ସାହୁ। ଡ. ନିର୍ମଳ ନାୟକଙ୍କ ରଚିତ’ଜଗତରେ ପାଇବୁନି ଏମିତି ଠାକୁର..’ ଗୀତଟି ବେଶ ଭାଇରାଲ ହୋଇଛି।

ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀ ମଧ୍ୟ ଗୀତ ରଚନା କରିବା ସହିତ ଦୁଇଟି ଗୀତରେ ସଙ୍ଗୀତ ଦେଇଛନ୍ତି। ଚଳଚ୍ଚିତ୍ରରେ ରହିଛି ମୋଟ ସାତଟି ଗୀତ।ଗୀତ ଗୁଡିକ ବେଶ ଆକର୍ଷଣୀୟ ହେବା ସହ ଶ୍ରୁତିମଧୁର ହୋଇଛି।ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ବବି ଇସଲାମ ଓ ଜିତୁ ରାଉତ।ଚିତ୍ରୋତ୍ତଳନ କରିଛନ୍ତି ଧୃବାନନ୍ଦ ପଣ୍ଡା। ଦୃଶ୍ୟଗୁଡିକ ସୁକୁମାର ମଣିଙ୍କ ଦ୍ୱାରା ସମ୍ପାଦିତ ହୋଇଛି।ପ୍ରଚାରମୁଖ୍ୟ ଅଛନ୍ତି ହରପ୍ରସାଦ ମହାପାତ୍ର। ଏହାର ବିତରଣ ଦାୟିତ୍ୱ ଗ୍ରହଣ କରିଛି ପ୍ରକାଶ ଫିଲ୍ମସ। ‘ଏହି ଚଳଚ୍ଚିତ୍ରର ମୁଖ୍ୟ ନାୟକ ହେଉଛନ୍ତି ନିଜେ ଶ୍ରୀଜଗନ୍ନାଥ। ଚଳଚ୍ଚିତ୍ରଟି କେମିତି ଆରମ୍ଭ ହେଲା କେମିତି ଶେଷ ହେଲା ତାହା ସେ ହିଁ ଜାଣନ୍ତି। ଏଥି ପାଇଁ ପ୍ରତିଟି ୟୁନିଟ ମେମ୍ବର ଅକ୍ଲାନ୍ତ ପରିଶ୍ରମ କରିଛନ୍ତି। ଆଶା ଦର୍ଶକଙ୍କୁ ନିଶ୍ଚୟ ଭଲ ଲାଗିବ’, କହିଛନ୍ତି ନିର୍ଦ୍ଦେଶିକା ବିନି ପଟ୍ଟନାୟକ।

Leave A Reply

Your email address will not be published.