ଆଜି ସୁନାରେ ଝଲସିବେ ମହାପ୍ରଭୁ, ବେଶ ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଭିଡ

0

ପୁରୀ (ଆମ ଟିଭି): ଆଜି ହେଉଛି ମହାପ୍ରଭୁଙ୍କର ସୁନାବେଶ। ମହଣ ମହଣ ସୁନାରେ ପ୍ରଭୁ ଆଜି ମଣ୍ଡିତ ହେବେ। ସେଥିପାଇଁ ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଆଜି ମହାପ୍ରଭୁଙ୍କ ସୁନାବେଶ ଆରମ୍ଭ କରାଯିବ। ଭକ୍ତମାନେ ସୁରକ୍ଷିତ ଭାବେ ଦର୍ଶନ କରିବା ପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି।

ସୁନାବେଶ ପରେ ଆସନ୍ତାକାଲି ରଥ ଉପରେ ଅନୁଷ୍ଠିତ ହେବ ଅଧର ପଣା ନୀତି। ଏହାପରେ ସୋମବାର ଦିନ ମହାପ୍ରଭୁ ସବୁ ଲୀଳା ଶେଷ କରି ରତ୍ନବେଦୀକୁ ପ୍ରତ୍ୟାବର୍ତ୍ତନ କରିବେ।

Leave A Reply

Your email address will not be published.