ଭୁବନେଶ୍ୱର (ଆମ ଟିଭି): ପୁଣି ମନମୋହନ ସାମଲ । ରାଜ୍ୟ ବିଜେପି ମଙ୍ଗୁଆଳ କିଏ ହେବେ ସେ ନେଇ ଦୀର୍ଘ ଦିନ ଧରି ଜାରି ରହିଥିଲା ଘମାସାନ । ଏବେ ତାହାର ଅନ୍ତ ଘଟିଛି । ପୁଣି ରାଜ୍ୟ ସଭାପତି ହେବେ ମନମୋହନ ସାମଲ । ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ମନମୋହନ ସାମଲ । ଆଉ ପୁଣି ଥରେ ସେ ରାଜ୍ୟ ସଭାପତି ହେବା ଏକ ପ୍ରକାର ସ୍ପଷ୍ଟ ।
ଏକ ମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ମନମୋହନ ସାମଲ । ଚତୁର୍ଥ ଥର ପାଇଁ ସଭାପତି ହୋଇଛନ୍ତି ମନମୋହନ ସାମଲ । କେବଳ ଯାହା ଔପଚାରିକତା ହିଁ ବାକି ରହିଛି । ମନମୋହନଙ୍କ ନେତୃତ୍ବରେ ଦଳ ଓଡ଼ିଶାରେ ବିଧାନସଭା ନିର୍ବାଚନ ଜିତିବା ସହିତ ପ୍ରଥମ ଥର ସରକାର ଗଠନ କରିଛି । ତେଣୁ ତାଙ୍କ ଉପରେ ପୁଣି ଆସ୍ଥା ପ୍ରକଟ କରିଛନ୍ତି କେନ୍ଦ୍ରୀୟ ନେତୃତ୍ବ । ପୁଣି ରାଜ୍ୟ ବିଜେପିର ମଙ୍ଗ ଧରିବାକୁ ଯାଉଛନ୍ତି ମନମୋହନ ।