ଏଫଏମ୍ କଲେଜ ଛାତ୍ରୀଙ୍କ ବାପାଙ୍କ ସହ କଥା ହେଲେ ରାହୁଲ ଗାନ୍ଧୀ, ନ୍ୟାୟ ଦେବାକୁ ଦେଲେ ଭରସା

0

ପୀଡ଼ିତାଙ୍କ ବାପା ସହ କଥାହେଲେ ରାହୁଲ । ବାଲେଶ୍ବର ଏଫଏମ୍ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ପୀଡ଼ିତାଙ୍କ ବାପା ସହ କଥାହେଲେ ରାହୁଲ ଗାନ୍ଧୀ । ନିଜେ ଟ୍ବିଟ କରି ସୂଚନା ଦେଲେ ରାହୁଲ । ଯାହା ଘଟିଥିଲା ତାହା ଅମାନବୀୟ, ଲଜ୍ଜାଜନକ । ନ୍ୟାୟ ଦେବା ପାଇଁ ଭରସା ଦେଇଛି କହିଲେ ରାହୁଲ ଗାନ୍ଧୀ। ପୀଡ଼ିତାଙ୍କ ପରିବାର ସହ ରହିଛି କଂଗ୍ରେସ ବୋଲି କହିଛନ୍ତି ରାହୁଲ। ଝିଅର କଷ୍ଟ, ସ୍ବପ୍ନ ଓ ସଂଘର୍ଷକୁ ଭଲଭାବେ ହୃଦୟଙ୍ଗମ କରିପାରୁଛି । ତେବେ ବାଲେଶ୍ୱର ଘଟଣା ପରେ ଖୁବଶୀଘ୍ର ପ୍ରିୟଙ୍କା ଗାନ୍ଧୀ ଓଡିଶା ଗସ୍ତରେ ଆସିପାରନ୍ତି ବୋଲି ସୂଚନା ମିଳିଛି ।

ସେପଟେ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ଜୋର ଧରିଛି ରାଜନୀତି । ବିରୋଧୀ ମାନେ ଏହାକୁ ମୁଖ୍ୟ ପ୍ରସଙ୍ଗ କରି ସରକାରକୁ ଘେରିବାକୁ ଅସ୍ତ୍ର ସଜାଇଛନ୍ତି । ସେହି କ୍ରମରେ ଆଜି ବାଲେଶ୍ବର ବନ୍ଦ ଡାକରା ଦେଇଛି ବିଜେଡି । ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ମାମଲାରେ ଆଜି ବାଲେଶ୍ଵର ବନ୍ଦ କରିଛି ବିଜେଡି । ବିଜେଡି ଏହି ଆନ୍ଦୋଳନକୁ ଜୋରଦାର କରିବା ସହ ବାଲେଶ୍ବରରୁ ଆରମ୍ଭ କରିଛି ଅଭିଯାନ । ଆଜି ସକାଳ ୬ଟାରୁ ଦିବା ୨ ଯାଏଁ ବନ୍ଦ ଡାକରା ଦିଆଯାଇଥିବା ବେଳେ ବାଲେଶ୍ବରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସହରର ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିଛି ବିଜେଡି । ଆଜି ବିଜେଡି ପକ୍ଷରୁ ବନ୍ଦ ପାଳନ ହେଉଥିବା ବେଳେ ଆସନ୍ତାକାଲି କଂଗ୍ରେସ ଏବଂ ବାମପନ୍ଥୀ ଦଳ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି ।

Leave A Reply

Your email address will not be published.