ଭୁବନେଶ୍ବର(ଆମ ଟିଭି): ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଓ ମୃତ୍ୟୁ ଘଟଣାକୁ ନେଇ ଉଠୁଛି ପଡୁଛି ସାରା ରାଜ୍ୟ । ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍ କରି ରାଜରାସ୍ତାକୁ ଓହ୍ଲାଉଛନ୍ତି । ସବୁ ବିରୋଧୀ ଦଳ ନ୍ୟାୟ ଦାବିରେ ହଲ୍ଲାବୋଲ କରୁଛନ୍ତି । ଆଜି ପୀଡ଼ିତା ଛାତ୍ରୀଙ୍କୁ ନ୍ୟାୟ ଓ ରାଜ୍ୟରେ ମହିଳାଙ୍କ ସମ୍ମାନ ଓ ସୁରକ୍ଷା ଦାବିରେ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ ସମେତ ୮ ରାଜନୈତିକ ଦଳ ।
ତେବେ ଜାଣନ୍ତୁ କଣ ବନ୍ଦ ରହିବ କଣ ଖୋଲା ରହିବ
– ଆଜି ୧୨ ଘଣ୍ଟିଆ ଓଡିଶା ବନ୍ଦ ଡାକରା
– ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ପାଳନ
– ସ୍କୁଲ, କଲେଜ ବନ୍ଦ ରଖିବାକୁ କଂଗ୍ରେସର ଆହ୍ୱାନ
– ଗାଡି ଚଳାଚଳ ବାଧାପ୍ରାପ୍ତ ରହିବ
– ଦୋକାନ ବଜାର ବନ୍ଦ ରହିବ
– ପେଟ୍ରୋଲ ପମ୍ପ ବନ୍ଦ ରହିବ
– ହସପିଟାଲ ଖୋଲା ରହିବ
– ଆମ୍ବୁଲାନ୍ସ ସେବା, ଔଷଧ ଦୋକାନ ଖୋଲା ରହିବ
– ବ୍ୟାଙ୍କ ଓ ପୋଷ୍ଟ ଅଫିସ୍ ଖୋଲା ରହିବ
– ସରକାରୀ କାର୍ଯ୍ୟାଳୟ ଖୋଲା ରହିବ