ଭୁବନେଶ୍ୱର (ଆମ ଟିଭି): ଆଜି ଠୁ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ । ଅନ୍ୟ ଦେଶର ପୁଞ୍ଜିନିବେଶକଙ୍କ ସହ କଥା ହେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଠାରୁ ୬ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି । ଗ୍ରସ୍ତର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ନିବେଶକ ସମ୍ମିଳନୀରେ ଯୋଗଦେବାର କାର୍ୟ୍ୟକ୍ରମ ରହିଛି । ଓଡ଼ିଶାରେ ନିବେଶ ନେଇ ଏହି କାର୍ୟ୍ୟକ୍ରମରେ ଆଲୋଚନା ହେବ । ଆମେରିକା, ୟୁଏଇ, ଓମାନ, କାତାର, ୟୁକେ, ଫ୍ରାନ୍ସ, ଇଟାଲୀ, ଜର୍ମାନୀ, ଜାପାନ, ସିଙ୍ଗାପୁର, ଦକ୍ଷିଣ କୋରିଆ ଓ ଅଷ୍ଟ୍ରେଲିଆ ପ୍ରମୁଖ ଦେଶର ପ୍ରତିନିଧି ଭାବେ ଏହି କନକ୍ଲେଭରେ ଯୋଗ ଦେବେ ।
ଏହି କାର୍ୟ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ପ୍ରମୁଖ ଯୋଗଦେବାର କାର୍ୟ୍ୟକ୍ରମ ରହିଛି । ଏହାବାଦ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ ଅବସରରେ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାର ମଧ୍ୟ କାର୍ୟ୍ୟକ୍ରମ ରହିଛି । ଆସନ୍ତା ୪ ତାରିଖରେ ଦିଲ୍ଲୀସ୍ଥିତ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ଏକ ସ୍ୱତନ୍ତ୍ କାର୍ୟ୍ୟକ୍ରମରେ ନବୀନଙ୍କୁ ଲାଇଫ୍ ଟାଇମ ଆଚିଭମେଂଟ ସମ୍ମାନରେ ସମ୍ମାନିତ କରାଯିବ ।