ଭୁବନେଶ୍ୱର (ଆମ ଟିଭି): ଛାତ୍ର କଂଗ୍ରେସ ସଭାପତି ଉଦିତ୍ ପ୍ରଧାନ ଗିରଫ ହୋଇଛନ୍ତି। ତାଙ୍କ ନାମରେ ହୋଇଥିବା ବଳାତ୍କାର ଅଭିଯୋଗକୁ ଆଧାର କରି ସେ ଗିରଫ ହୋଇଛନ୍ତି। ଉଦିତ୍ଙ୍କୁ ମଞ୍ଚେଶ୍ୱର ଥାନା ପୋଲିସ ଗିରଫ କରିଛି।
ତାଙ୍କ ନାମରେ ଜଣେ ଯୁବତୀ ବଳାତ୍କାର ଅଭିଯୋଗ ଆଣିଥିଲେ। ଯୁବତୀ ତାଙ୍କ ଏତଲାରେ ଦର୍ଶାଇଥିଲେ ଯେ, ଗତ ମାର୍ଚ୍ଚ ୧୮ରେ ଉଦିତ୍ ତାଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ ବଳାତ୍କାର କରିଥିଲେ। ଏପରି ଅଭିଯୋଗ ପରେ ପୋଲିସ ଉଦିତ୍ଙ୍କୁ ବାନ୍ଧିଛି।