ନୂଆଦିଲ୍ଲୀ (ଆମ ଟିଭି): ଗାଜାରେ ରିଲିଫ୍ ଅପେକ୍ଷାରେ ଥିବା ଲୋକଙ୍କ ଉପରେ ଗୁଳିବର୍ଷା । ଗୁଳିବର୍ଷାରେ ୮୫ ଜଣ ପାଲେଷ୍ଟାଇନୀଙ୍କ ମୃତ୍ୟୁ ଘଟିଛି । ଇସ୍ରାଏଲ ସେନା ଗାଜା ଉପରେ ଗୁଳିମାଡ଼ କରିଥିବା ଜଣାପଡିଛି । ଗାଜାରେ ଏପରି ଘଟଣା ରବିବାର ଦିନ ଦେଖିବାକୁ ମିଳିଛି ।
ସୂଚନାନୁଯାୟୀ, ଗାଜାରେ ରିଲିଫ୍ ପାଇଁ ଅପେକ୍ଷା କରିଥିବା ସମୟରେ ଲୋକଙ୍କ ଉପରେ ଇସ୍ରାଏଲ ଆକ୍ରମଣ କରିଥିଲା । ପାଲେଷ୍ଟାଇନୀଙ୍କ ଆହାର ମୁହଁରେ ପାହାର ଦେଇଛି ଇସ୍ରାଏଲ । ଇସ୍ରାଏଲ ଆକ୍ରମଣରେ ଉତ୍ତର ଗାଜାରେ ଅଧିକାଂଶ ମୃତ୍ୟୁ ଘଟିଛି । ଏହି ଘଟଣାରେ ୧୫୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା କୁହାଯାଉଛି ।
ଏହାରି ମଧ୍ୟରେ କିଛି ପ୍ରତ୍ୟକ୍ଷଦର୍ଶୀ ଦାବି କରିଛନ୍ତି ଯେ, ଗାଜାରେ ରିଲିଫ୍ ପାଇଁ ଭିଡ଼ ହୋଇଥିବା ସମୟରେ ଇସ୍ରାଏଲ ସୈନିକମାନେ ଆଖିବୁଜା ଗୁଳିମାଡ଼ କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ଇସ୍ରାଏଲୀ ସେନା ପକ୍ଷରୁ ଏହି ଘଟଣା ମାମଲାରେ କୌଣସି ସରକାରୀ ମନ୍ତବ୍ୟ ମିଳିନାହିଁ । ଯାହା ଏକ ରିପୋର୍ଟରୁ ପ୍ରକାଶ ପାଇଛି
ସୂଚନାଯୋଗ୍ୟ ଗାଜା ହ୍ୟୁମାନିଟାରିଆନ୍ ଫାଉଣ୍ଡେସନ୍ (GHF) ର ବଣ୍ଟନ କେନ୍ଦ୍ର ଆଡକୁ ଯାଉଥିଲେ। ସେହି ସମୟରେ ଶନିବାର ଦିନ ଦକ୍ଷିଣ ଗାଜାରେ ଖାଇବାକୁ ଆଣିବାକୁ ଯାଉଥିବା ୩୨ ଜଣ ପାଲେଷ୍ଟାଇନୀଙ୍କର ମୃତ୍ୟୁ ହୋଇଥିଲା ।