ସ୍କୁଲ ଛୁଟି ଘୋଷଣା

0

ରାଜ୍ୟର ବିଭିନ୍ନ ଜିଲାରେ ଲଘୁଚାପ ଜନୀତ ବର୍ଷା ଲାଗି ରହିଥିବା ବେଳେ ବଡ଼ ଘୋଷଣା କରିଛି ପ୍ରଶାସନ। ମାଲକାନଗିରି ଜିଲାରେ ଲଗାଣ ବର୍ଷା ଯୋଗୁ ବୁଡିଲା ପୋଲ। କାଳିମେଳା-ପଡିଆ ମୁଖ୍ୟ ରାସ୍ତାର କନ୍ୟା ଆଶ୍ରମ ପୋଲ ଉପରେ ୩ ଫୁଟ ପାଣି ଚାଲୁଛି। ଫଳରେ କାଲିମେଳାରୁ ପଡିଆ ପର୍ଯ୍ୟନ୍ତ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଗତ ୨ ଦିନ ହେବ ମାଲକାନଗିରି ଜିଲାରେ ବର୍ଷା ଲାଗି ରହିଛି। ତେଣୁ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜର ସବୁ ସରକାରୀ ଓ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି।

ବଙ୍ଗୋପ ସାଗରରେ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ଅତିରୁ ଅତି ପ୍ରବଳ ବର୍ଷା ହେବା ନେଇ ରାଜ୍ୟର ୪ ଜିଲ୍ଲାକୁ ରେଡ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ସେ ସବୁ ଜିଲା ହେଉଛି ମୟୁରଭଞ୍ଜ, କେନ୍ଦୁଝର, ଭଦ୍ରକ ଏବଂ ବାଲେଶ୍ବର । ତେବେ ଅତି ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ମୟୂରଭଞ୍ଜ ଜିଲାର ସବୁ ସରକାରୀ ଓ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି।

ଆସନ୍ତା ୧୨ ଘଣ୍ଟାରେ ମୟୂରଭଞ୍ଜରେ ପ୍ରବଳ ବର୍ଷା ସମ୍ଭାବନା। ତେଣୁ ଆଗୁଆ ପଦକ୍ଷେପ ସ୍ବରୂପ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛନ୍ତି। କଚ୍ଚା ଘର ଥିବା ହଷ୍ଟେଲର ଅନ୍ତେବାସୀମାନଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.