ରିସେପ୍ସନ୍ ଦେଲେ ପିନାକୀ-ମହୁଆ

0

ଜର୍ମାନୀରେ ବାହାଘର ଆଉ ଦିଲ୍ଲୀରେ ଦେଲେ ରିସେପ୍ସନ | ନିଜ ବାହାଘରକୁ ନେଇ ଚର୍ଚ୍ଚାରେ ଥିବା ଯୋଡି ପିନାକୀ ମିଶ୍ର ଓ ମହୁଆ ମଇତ୍ର ଗତକାଲି ରାତିରେ ଦିଲ୍ଲୀର ଏକ ତାରକା ହୋଟେଲରେ ତାଙ୍କ ରିସେପ୍ସନ ଭୋଜି ଦେଇଛନ୍ତି | ଏହି ଭୋଜିରେ ଦଳମତ ନିର୍ବିଶେଷରେ ଅନେକ ନେତା/ନେତ୍ରୀ ଯୋଗ ଦେଇଥିଲେ | ବିଶେଷ କରି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ, ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ, ତାଙ୍କ ପତ୍ନୀ ଡିମ୍ପଲ ଯାଦବ ପ୍ରମୁଖ ଯୋଗ ଦେଇଥିଲେ |

ସେହିପରି ମହୁଆଙ୍କ ସହକର୍ମୀ ଭାବେ ସାଂସଦ ତଥା ଅଭିନେତ୍ରୀ ରଚନା ବାନାର୍ଜୀ, ବିଜେଡିର ସୁଲତା ଦେଓ, ସୁପ୍ରିୟା ସୁଲେ, କେନ୍ଦ୍ର ମନ୍ତ୍ରୀ ଅନୁପ୍ରିୟା ପଟେଲ ପ୍ରମୁଖ ଯୋଗ ଦେଇଥିଲେ | ୬୫ ବର୍ଷୀୟ ପିନାକୀ ମିଶ୍ରଙ୍କ ଏହା ଦ୍ବିତୀୟ ବିବାହ ଥିଲା । ପୂର୍ବରୁ ସେ ସଙ୍ଗୀତା ମିଶ୍ରଙ୍କୁ ବିବାହ କରିଥିଲେ। ତାଙ୍କର ଜଣେ ପୁଅ ଓ ଝିଅ ଅଛନ୍ତି। ପିନାକୀ ତାଙ୍କର ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିଲେ ।

ପିନାକୀଙ୍କର ରାଜନୈତିକ ଯାତ୍ରା କଂଗ୍ରେସରୁ ଆରମ୍ଭ ହୋଇଥିଲା। ୧୯୯୬ରେ ସେ ପ୍ରଥମ ଥର ପାଇଁ କଂଗ୍ରେସ ଟିକେଟ୍‌ରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ବିଜେଡିରେ ଯୋଗଦେଇ ତିନି ଥର ପୁରୀରୁ ଲୋକସଭାକୁ ପ୍ରତିନିଧିତ୍ବ କରିଥିଲେ। ୨୦୨୪ ନିର୍ବାଚନରେ ସେ ଲଢ଼ି ନଥିଲେ। ତାହା ପରଠାରୁ ରାଜ୍ୟ ରାଜନୀତିରେ ସେ ସକ୍ରିୟ ନାହାନ୍ତି । ଅପରପକ୍ଷରେ,୧୯୭୪ ମସିହାରେ ଆସାମରେ ଜନ୍ମ ଗ୍ରହଣ କରିଥିବା ମହୁଆ ତାଙ୍କ କ୍ୟାରିଅର ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କର ରୂପେ ଆରମ୍ଭ କରିଥିଲେ। ବିଦେଶରୁ ଚାକିରି ଛାଡ଼ି ସେ ଭାରତ ଫେରିବା ପରେ ରାଜନୀତିରେ ପାଦ ଦେଇ କଂଗ୍ରେସରୁ ତାଙ୍କର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ। ୨୦୧୦ରେ ସେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ପାର୍ଟିରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.