ନିସ୍ ଇନ୍‌ଷ୍ଟିଚ୍ୟୁଟର ନବାଗତ ଛାତ୍ରଛାତ୍ରୀଙ୍କ ସ୍ବାଗତ ଉତ୍ସବ -୨୦୨୫

0

ଭୁବନେଶ୍ୱର (ଆମ ଟିଭି): ଭୂବନେଶ୍ବର ମଦନପୁରସ୍ଥିତ ନିସ୍ ଇନ୍‌ଷ୍ଟିଚ୍ୟୁଟ ଅଫ ଇନ୍‌ଫରମେସନ୍ ସାଇନ୍ସ ଆଣ୍ଡ ମ୍ୟାନେଜ୍‌ମେଣ୍ଡର ନୂତନ ଶିକ୍ଷାବର୍ଷ ପାଇଁ ନବାଗତ ବିବିଏ, ବିସିଏ, ବିଏସ୍‌ସି (କମ୍ପ୍ୟୁଟର ସାଇନ୍ସ), ବିଏସ୍‌ସି (ଆଇଟିଏମ୍), +୩ ବିଜ୍ଞାନ, କଳା, ବାଣିଜ୍ୟ ଓ ବିଏସ୍‌ସି (ବାୟୋଟେକ୍ନୋଲୋଜିର )ର ଛାତ୍ରଛାତ୍ରୀମାନଙ୍କୁ ଅନୁଷ୍ଠାନ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା ଊତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସ୍ବାଗତ ଊତ୍ସବରେ ଶିକ୍ଷାନୁଷ୍ଠାନର ଚେୟାରମ୍ୟାନ ଡକ୍ଟର ସୁଭାଷ ଚନ୍ଦ୍ର ନାୟକ ମୂଖ୍ୟ ଅତିଥିଭାବେ ଯୋଗ ଦେଇ ଊନ୍ନତମାନର ଶିକ୍ଷାଦାନ ସ‌ହିତ ଛାତ୍ରଛାତ୍ରୀମାନେ ସ୍ନାତକ ଶିକ୍ଷା ଗ୍ରହଣ କରି କିପରି ଉଜ୍ଜଳ ଭବିଷ୍ୟତ ଗଠନ କରିପାରିବେ ତାହା ତାଙ୍କ ବକ୍ତବ୍ୟ ମାଧ୍ୟମରେ ଉଦ୍‌ବୋଧନ ଦେଇଥିଲେ ଓ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର (ଡକ୍ଟର) ସୂର୍ଯ୍ୟନାରାୟଣ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ତାଙ୍କର ସାରଗର୍ଭକ ମତବ୍ୟକ୍ତ କରିଥିଲେ l

ଉକ୍ତ ଉତ୍ସବରେ ଅନୁଷ୍ଠାନର ସହ ପ୍ରତିଷ୍ଠାତ୍ରୀ ପ୍ରଫେସର୍ ସ୍ମୃତିସୁଧା ନାୟକ, ଡେପୁଟି ଡାଇରେକ୍ଟର ଡକ୍ଟର ଦୁଷ୍ମନ୍ତ କୁମାର ପଟ୍ଟନାୟକ, ଅଧ୍ୟକ୍ଷ ଡକ୍ଟର ଅଜିତ୍ ନାରାୟଣ ମହାନ୍ତି, ଉପାଧ୍ୟକ୍ଷ ପ୍ରଫେସର ସୂର୍ଯ୍ୟକାନ୍ତ ମହାପାତ୍ର, ପ୍ରଶାସନିକ ଅଧିକାରୀ ପିତାମ୍ବର ଚୟନୀଙ୍କ ସମେତ ଅନୁଷ୍ଠାନର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ପ୍ରମୁଖ ଯୋଗ ଦେଇ ସେମାନଙ୍କର ସାରଗର୍ଭକ ମତବ୍ୟକ୍ତ କରିବା ସହ ନବାଗତ ଛାତ୍ରଛାତ୍ରୀମାନଙ୍କୁ ଅନୁଷ୍ଠାନର ନୀତି, ନିୟମ ଓ ଆଦର୍ଶରେ ଅନୁପ୍ରାଣିତ କରିବା ପାଇଁ ବଳିଷ୍ଠ ମନ୍ତବ୍ୟ ପ୍ରଦାନ କରିଥିଲେ । ପରିଶେଷରେ ନବାଗତ ଛାତ୍ରଛାତ୍ରୀମାନ‌ଙ୍କ ପାଇଁ ଏକ ଶପଥ ଗ୍ରହଣ ଉତ୍ସବର ଆୟୋଜନବ କରାଯାଇଥିଲା ଓ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଆୟୋଜିତ ଆକର୍ଷଣୀୟ ସଂସ୍କୃତିକ କାର୍ଯ୍ୟକ୍ରମ ଅତ୍ୟନ୍ତ ହୃଦୟସ୍ପର୍ଶି ହୋଇଥିଲା ।

Leave A Reply

Your email address will not be published.