ଭୁବନେଶ୍ୱର (ଆମ ଟିଭି): ଭୁବନେଶ୍ବର ଏମ୍ସରେ ସିବିଆଇ ଚଢ଼ାଉ । ବିଭିନ୍ନ ପଦପଦବୀ ନିଯୁକ୍ତିରେ ବଡ଼ ଧରଣର ଘୋଟାଲା ନେଇ ଆଜି ସିବିଆଇ ଟିମ୍ ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା (ଏମ୍ସ)ରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି। ଭୁବନେଶ୍ବର ଏମ୍ସ ସମେତ ଏକାଧିକ ସ୍ଥାନରେ ସିବିଆଇ ଚଢ଼ାଉ କରିଥିବା ଜଣାପଡିଛି।
ଭୁବନେଶ୍ବର କଳ୍ପନା ସ୍ଥିତ ଏକ ଫ୍ଲାଟ୍, ଜଗତସିଂହପୁରରେ ଚଢ଼ାଉ ଜାରି ରହିଛି। ତେବେ ଚଢାଉ ବେଳେ ବିପୁଳ କାଗଜପତ୍ର ସିବିଆଇ ଜବତ କରିଥିବା ଜଣାପଡିଛି ।
ସୂଚନା ଯୋଗ୍ୟ; ୨୦୨୩, ଜୁଲାଇ ୧ରେ ଏମ୍ସରେ ଖାଲି ଥିବା ୭୦୦ ପଦବୀ ପୂରଣ ପାଇଁ ସର୍ବଭାରତୀୟ ସ୍ତରରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିପାଇଁ ଭୁବନେଶ୍ୱରରେ ଏମ୍ସ ପାଇଁ ମଧ୍ୟ ଦରଖାସ୍ତ ଆହ୍ୱାନ କରାଯାଇଥିଲା । ଏମ୍ସରେ କିଛି ଲୋକଙ୍କୁ କଣ୍ଟ୍ରାକଚ୍ୟୁଆଲ୍ ଭାବେ ନିଯୁକ୍ତି ମିଳିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଅଧିକାଂଶ ଲୋକଙ୍କୁ ନିୟମିତ କରାଯାଇଥିଲା । ଏହା ଏମ୍ସର ନିଯୁକ୍ତି ପ୍ରକ୍ରିୟାର ଉଲ୍ଲଂଘନ ଥିଲା । ନିଯୁକ୍ତି ଜାଲିଆତି ନେଇ ସିବିଆଇରେ ଏକ ମାମଲାରେ ରୁଜୁ ହୋଇଥିଲା ।