କୁଲଗାମରେ ୯ ଦିନ ଧରି ଚାଲିଛି ଗୁଳିବିନିମୟ: ୨ ସୈନିକ ସହିଦ, ଜଣେ ଆତଙ୍କବାଦୀ ନିହତ

0

ନୂଆଦିଲ୍ଲୀ (ଆମ ଟିଭି): ଜମ୍ମୁ କାଶ୍ମୀରର କୁଲଗାମର ଅଖାଲ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟର ଆଜି ନବମ ଦିନ ମଧ୍ୟ ଜାରି ରହିଛି। ସାରା ରାତି ଅଞ୍ଚଳରେ ଜୋରଦାର ବିସ୍ଫୋରଣ ଏବଂ ଗୁଳିଚାଳନା ଶବ୍ଦ ଶୁଣାଯାଇଥିଲା। ଏହି ସମୟରେ ଦୁଇ ଜଣ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ସୈନିକ ଆହତ ହୋଇଥିଲେ।

ସୂତ୍ର ଅନୁଯାୟୀ, ଘନ ଜଙ୍ଗଲ ଏବଂ ପ୍ରାକୃତିକ ଗୁମ୍ଫା ଭଳି ଆଡ୍ଡାର ସୁଯୋଗ ନେଇ ଅତି କମରେ ତିନି କିମ୍ବା ତା’ଠାରୁ ଅଧିକ ଆତଙ୍କବାଦୀ ଏବେ ବି ଲୁଚି ରହିଛନ୍ତି। ଏହି ସମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛି।

Leave A Reply

Your email address will not be published.