କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଘୁର୍ଣ୍ଣିବଳୟ: କାଲି ଲଘୁଚାପ, ୩ ଦିନ ଧରି ପ୍ରବଳ ବର୍ଷା!

0

ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପଶ୍ଚିମ କେନ୍ଦ୍ରୀୟ ଓ ତତ୍ସଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ପରେ ଆଗାମୀ ୪୮ ଘଂଟାରେ ଏହା ଅଧିକ ଘନୀଭୂତ ହେବ । ଫଳରେ ରାଜ୍ୟରେ ୩ ଦିନ ଧରି ଭାରି ଓ ବିସ୍ତୃତି ବର୍ଷାର ଚେତାବନୀ ଦେଇଛି ପାଣିପାଗ ବିଭାଗ । ବିଶେଷ କରି ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବ। ଆସନ୍ତାକାଲି ସକାଳ ଯାଏଁ କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣି ଜାରି ହୋଇଛି । ଆସନ୍ତାକାଲି ମାଲକାନଗିରି ଓ କୋରାପୁଟ ରେ ପ୍ରବଳରୁ ଅତି ପ୍ରବଳ ବର୍ଷାକୁ ନେଇ ଅରେଞ୍ଜ ଓ୍ୱାର୍ଣ୍ଣି ଜାରି ହୋଇଛି । ୧୪ ତାରିଖରେ କୋରାପୁଟ, ମାଲକାନଗିରରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଥିବାବଳେ ଗଜପତି, ରାୟଗଡା, କଳାହାଣ୍ଡି ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୬ ଯାଏ ପ୍ରବଳ ବର୍ଷା ଲାଗି ରହିବ । ୧୩ ରୁ ୧୬ ତାରିଖ ଯାଏ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।

Leave A Reply

Your email address will not be published.