ଦେଶର ପ୍ରଥମ ସ୍ୱାଧୀନତା ଦିବସରେ କାହିଁକି ସାମିଲ ହୋଇନଥିଲେ ମହାତ୍ମା ଗାନ୍ଧୀ?

0

ଦେଶର ପ୍ରଥମ ସ୍ୱାଧୀନତା ଦିବସରେ କାହିଁକି ସାମିଲ ହୋଇନଥିଲେ ମହାତ୍ମା ଗାନ୍ଧୀ?୧୯୪୭ ମସିହା ଅଗଷ୍ଟ ୧୫, ଇଂରେଜ ଶାସନର ଅନ୍ତ ହେବା ପରେ ଦେଶରେ ପାଳନ ହୋଇଥିଲା ପ୍ରଥମ ସ୍ୱାଧୀନତା ଦିବସ। ଦେଶ ସ୍ୱାଧୀନତା ପାଇଁ ମଙ୍ଗ ଧରିଥିବା ମହାତ୍ମା ଗାନ୍ଧୀ କିନ୍ତୁ ଏଥିରେ ସାମିଲ ହୋଇନଥିଲେ।

ଇଂରେଜମାନେ ଭାରତ ଛାଡ଼ି ଚାଲିଯିବା ସୁନିଶ୍ଚିତ ହେବା ପରେ ଦେଶରେ ସ୍ୱାଧୀନତା ଦିବସ ପାଳନ ନେଇ ଦିଲ୍ଲୀରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା। ଏହି ଅବସରରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଗାନ୍ଧୀଜୀଙ୍କୁ ଦିଲ୍ଲୀ ଆସିବାକୁ ନିମନ୍ତ୍ରଣ କରିଥିଲେ। କିନ୍ତୁ ମହାତ୍ମା ଗାନ୍ଧୀ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ସାମ୍ପ୍ରଦାୟିକ ହିଂସା ଚାଲୁଥିବା ସମୟରେ ଉତ୍ସବରେ ସାମିଲ ହେବା ସମ୍ଭବ ନୁହେଁ ବୋଲି ଗାନ୍ଧୀଜୀ କହିଥିଲେ।

ଏହି ସମୟରେ ପଶ୍ଚିମବଙ୍ଗରେ ଥିଲେ ମହାତ୍ମା ଗାନ୍ଧୀ। ହିନ୍ଦୁ-ମୁସଲମାନ ମଧ୍ୟରେ ଚାଲିଥିବା ହିଂସାକୁ ରୋକିବାକୁ ସେ ଚେଷ୍ଟା କରୁଥିଲେ।

Leave A Reply

Your email address will not be published.