ନୂଆଦିଲ୍ଲୀ (ଆମ ଟିଭି): ଅଗଷ୍ଟ ୧୫ରେ ଦେଶ ପାଳନ କରିବ ୭୯ତମ ସ୍ବାଧୀନତା ଦିବସ। କିନ୍ତୁ କ’ଣ ଆପଣ ଜଣିଛନ୍ତି କି ଭାରତ ପରି ଅନ୍ୟ ୫ଟି ଦେଶଙ୍କ ବିଷୟରେ ଯେଉଁମାନେ ଭାରତ ପରି ୧୫ ଅଗଷ୍ଟରେ ସ୍ୱାଧୀନତା ପାଇଥିଲେ ଏବଂ ଏହି ଦିନକୁ ସେମାନେ ସେମାନଙ୍କର ସ୍ୱାଧୀନତା ଦିବସ ଭାବେ ପାଳନ କରିଥାନ୍ତି।
ଏହି ୫ଟି ଦେଶରେ ମଧ୍ୟ ଭାରତ ପରି ଅଗଷ୍ଟ ୧୫ ତାରିଖରେ ସ୍ବାଧୀନତା ଦିବସ ପାଳନ କରାଯାଏ। ସେହି ଦେଶ ଗୁଡ଼ିକ ହେଲେ- ସାଉଥ କୋରିଆ, ନର୍ଥ କୋରିଆ, ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ, ବାହାରିନ୍ ଏବଂ ଲିକଣ୍ଟେଷ୍ଟିନ।
ସାଉଥ କୋରିଆ: ୧୫ ଅଗଷ୍ଟ ୧୯୪୫ରେ ସାଉଥ କୋରିଆ ଜାପାନଠାରୁ ସ୍ୱାଧୀନତା ପାଇଥିଲା। ୧୯୪୫ ମସିହାରେ, ଆମେରିକା ଏବଂ ସୋଭିଏତ୍ ସୈନ୍ୟମାନେ ମିଳିତ ଭାବରେ ୩୫ ବର୍ଷ ଧରି କୋରିଆକୁ ଜାପାନର ଦଖଲକୁ ସମାପ୍ତ କରିଥିଲେ। ନର୍ଥ କୋରିଆ: ସାଉଥ କୋରିଆ ଭଳି ନର୍ଥ କୋରିଆ ମଧ୍ୟ ୧୫ ଅଗଷ୍ଟ ୧୯୪୫ରେ ଜାପାନ ଠାରୁ ସ୍ୱାଧୀନତା ପାଇଥିଲେ।
ବାହାରିନ୍: ୧୫ ଅଗଷ୍ଟ ୧୯୭୧ ରେ ବାହାରିନ୍ ମଧ୍ୟ ସ୍ୱାଧୀନତା ହାସଲ କରିଥିଲା । ଅବଶ୍ୟ ୧୯୬୦ରୁ ବ୍ରିଟିଶ ଶାସକ ବାହାରିନ୍ ଛାଡ଼ିବା ଆରମ୍ଭ କରିଥିଲେ।
ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ: କଙ୍ଗୋ ୧୫ ଅଗଷ୍ଟ ୧୯୬୦ରେ ଫ୍ରାନ୍ସ ଠାରୁ ସ୍ୱାଧୀନତା ହାସଲ କରିଥିଲା। କାଙ୍ଗୋ ୧୫ ଅଗଷ୍ଟ ୧୯୬୦ରେ ଫ୍ରାନ୍ସ ଠାରୁ ସ୍ୱାଧୀନତା ହାସଲ କରିଥିଲା । ଲିକଣ୍ଟେଷ୍ଟିନ ୧୫ ଅଗଷ୍ଟ ୧୮୬୬ ଜର୍ମାନୀ ଠାରୁ ସ୍ୱାଧୀନତ ହାସଲ କରିଥିଲା । ୧୯୪୦ ଠାରୁ ସେ ସ୍ୱାଧୀନତା ଦିବସ ପାଳନ କରୁଛି । ଏହା ବିଶ୍ୱର ସବୁଠାରୁ ଛୋଟ ଦେଶ । ସ୍ୱାଧୀନତା ପରେ ଫୁଲବର୍ଟ ୟୁଲୁ ଦେଶର ପ୍ରଥମ ରାଷ୍ଟ୍ରପତି ହୋଇଥିଲେ ଏବଂ ୧୯୬୩ ପର୍ଯ୍ୟନ୍ତ ଶାସନ କରିଥିଲେ।
ଲିକଣ୍ଟେଷ୍ଟିନ: ୧୮୬୬ ମସିହାରେ ଜର୍ମାନ ଶାସକମାନଙ୍କଠାରୁ ବିଶ୍ୱର ସବୁଠାରୁ ଛୋଟ ଦେଶ ମଧ୍ୟରୁ ଗୋଟିଏ ଦେଶ ଲିକଣ୍ଟେଷ୍ଟିନ ଏହାର ସ୍ୱାଧୀନତା ଲାଭ କରିଥିଲା। ହେଲେ ୧୫ ଅଗଷ୍ଟରେ ଜାତୀୟ ଦିବସ ପାଳନ ୧୯୪୦ ରୁ ଆରମ୍ଭ ହୋଇଥିଲା। ୫ ଅଗଷ୍ଟ ୧୯୪୦ରେ, ଲିକଣ୍ଟେଷ୍ଟିନ ସରକାର ଆନୁଷ୍ଠାନିକ ଭାବରେ ୧୫ ଅଗଷ୍ଟକୁ ଦେଶର ଜାତୀୟ ଦିବସ ଭାବରେ ଘୋଷଣା କରିଥିଲେ।