ଡେଲିଭରି ବୟ ୨ ର ପ୍ରଚାର ଓ ପ୍ରସାର ପାଇଁ ବ୍ରହ୍ମପୁରରେ ଟିମ୍
ବ୍ରହ୍ମପୁର (ଆମ ଟିଭି): ରେଶମ ସହର ବ୍ରହ୍ମପୁରରେ ଡେଲିଭରି ବୟ ୨ ର ପ୍ରଚାର ଓ ପ୍ରସାର ପାଇଁ ପହଞ୍ଚିଥିଲା ପୁରା ଟିମ୍ l ପ୍ରଥମେ ଉମାଚରଣ ପଟ୍ଟନାୟକ ଇଞ୍ଜିନିଅରିଂ ସ୍କୁଲ, ବ୍ରହ୍ମପୁର, ଦ୍ଵିତୀୟରେ ସରକାରୀ ପଲିଟେକନିକ ମହାବିଦ୍ୟାଳୟ, ତୃତୀୟରେ ନାଳନ୍ଦାଶ୍ରୀ ଓ ଚତୁର୍ଥରେ ସଂକଳ୍ପ ମହାବିଦ୍ୟାଳୟରେ ନିର୍ଦ୍ଦେଶକ ଅଶ୍ୱିନ ତ୍ରିପାଠୀ, ନାୟକ ବୁଦ୍ଧାଦିତ୍ୟ ମହାନ୍ତି, ବର୍ତ୍ତମାନର ଟ୍ରେଣ୍ଡିଂ ହିରୋ ଶୈଳେନ୍ଦ୍ର ସାମନ୍ତରାୟ, ନାୟିକା ପ୍ରିୟମ୍ବଦା, କମେଡିଆନ ସନ୍ତୁ ନିଜେ, ପ୍ରୀତିରଞ୍ଜନ ପ୍ରଧାନ, କୁନି କଳାକାର ମାଙ୍କେ,କ୍ରିଏଟିଭ୍ ହେଡ୍ ରିତେଶ ପରିଡା ତଥା ପ୍ରଚାର ପ୍ରସାର ମୁଖ୍ୟ ପ୍ରେରଣା ପ୍ରତିକ୍ଷା ଙ୍କ ସମେତ ମିଡିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ପହଞ୍ଚି ଫିଲ୍ମ ର ପ୍ରଚାର କରିଥିଲେ l ଚଳଚ୍ଚିତ୍ରର ସମସ୍ତ କଳାକାରମାନଙ୍କୁ ପାଖରେ ପାଇ ଛାତ୍ରଛାତ୍ରୀମାନେ ବହୁତ ଖୁସି ହେବା ସହିତ ଫିଲ୍ମ ବିଷୟରେ ଅବଗତ ହୋଇଥିଲେ l ଫିଲ୍ମର “ଲୋକାଲ ମାଧୁରୀ” ଗୀତ ଟ୍ରେଣ୍ଡିଂ ହେବା ପରେ ସମସ୍ତେ ଗୁଣୁଗୁଣୁ ହେଉଥିବା ପରିଲକ୍ଷିତ ହୋଇଥିଲା l ଅନେକ ଆଗ୍ରହର ସହିତ ସମସ୍ତେ ଫିଲ୍ମ ରିଲିଜ୍ ମୁହୁର୍ତ୍ତକୁ ଚାହିଁ ରହିଥିବା କଥା କହିଥିଲେ l ପ୍ରାୟ ସବୁ କଲେଜ୍ ର ଛାତ୍ରଛାତ୍ରୀ ମାନେ କଳାକାର ମାନଙ୍କ ସହିତ ଅନେକ ରିଲ୍ସ କରିଥିଲେ l
କଳା, ସଂସ୍କୃତିର ସହର ବ୍ରହ୍ଣପୁରରେ ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଦର୍ଶକଙ୍କର ଅହେତୁକ ଭଲ ପାଇବା ରହିଛି l ବିଗତ ଦିନରେ ଅନେକ ଚଳଚ୍ଚିତ୍ରକୁ ଢେର ଭଲ ପାଇବା ଦେଇଥିବା ବେଳେ ଡେଲିଭରି ବୟ ୨ କୁ ଯଥେଷ୍ଟ ଭଲ ପାଇବା ଦେବେ ବୋଲି ଆଶା ରହିଛି l ଚଳଚ୍ଚିତ୍ରଟି ଆସନ୍ତା ଗଣେଶ ପୂଜା ଅବସରରେ ଅଗଷ୍ଟ ୨୭ରେ ରିଲିଜ୍ ହେବ। ଚଳଚ୍ଚିତ୍ର ଟିକୁ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାସ,କ୍ୟାମେରା ପରିଚାଳନା କରିଛନ୍ତି ଇଶ୍ଵର ବାରିକ,ନିର୍ଦ୍ଦେଶନା ଦେଇଛନ୍ତି ଯୁବ ନିର୍ଦ୍ଦେଶକ ଅଶ୍ଵିନୀ ତ୍ରିପାଠୀ,ପ୍ରଯୋଜନା କରିଛନ୍ତି ଜ୍ୟୋତିରଞ୍ଜନ ମହାନ୍ତି।