ଗଣେଶ ପୂଜାରେ ୫୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ଡେଲିଭରି ବୟ ୨, ଚାଲିଛି ୧୫୦ ରୁ ଅଧିକ ଶୋ

0

ଭୁବନେଶ୍ୱର (ଆମ ଟିଭି): ଗଣେଶ ପୂଜା ଅବସରରେ ମୁକ୍ତିଲାଭ କଲା ଓଡ଼ିଆ ଡେଲିଭରି ବୟ ୨ l ଡେଲିଭରି ବୟର ଅପୂର୍ବ ସଫଳତା ପରେ ମଲ୍ଟି ଷ୍ଟାରଙ୍କୁ ନେଇ ନିର୍ମିତ ଡେଲିଭରି ବୟ ୨ ଗଣେଶ ପୂଜା ବଜାରକୁ ହୁଲୁସ୍ତୁଲ କରିବାକୁ ପୁରା ପ୍ରସ୍ତୁତ ହୋଇ ଆସିଛି l ଯୁବ ପିଢ଼ିର ଦର୍ଶକଙ୍କୁ ନଜରରେ ରଖି ଯୁବ ନିର୍ଦ୍ଦେଶକ ଅଶ୍ୱିନ ତ୍ରିପାଠୀ ଏକ ସୁନ୍ଦର ପରିକଳ୍ପନା କରିଛନ୍ତି l ଭରପୁର ସସ୍ପେନ୍ସ ସହିତ ଥ୍ରୀଲର ରହିଛି ଡେଲିଭରି ବୟ ୨ ଚଳଚ୍ଚିତ୍ର ରେ l ତେବେ ଭୁବନେଶ୍ୱର ସ୍ଥିତ ସ୍ଵାତି ସିନେପ୍ଲେକ୍ସରେ ଏହାର ପ୍ରିମିୟର ଶୋ ହୋଇଛି ଏବଂ ଓଲିଉଡ଼ ର ପ୍ରାୟ ସମସ୍ତ ମାନ୍ୟଗଣ୍ୟ ପ୍ରଯୋଜକ, ନିର୍ଦ୍ଦେଶକ, ସିନେ ସମୀକ୍ଷକ ଙ୍କ ସମେତ ଡେଲିଭରି ବୟ ୨ ର ପୁରା କାଷ୍ଟ ଓ କ୍ରି୍ୟୁ ମେମ୍ବର ମିଶି ପୁରା ଚଳଚ୍ଚିତ୍ର ଟିକୁ ଦେଖିଛନ୍ତି l ବୁଦ୍ଧାଦିତ୍ୟ, ଅର୍ଚ୍ଚିତା, ପୁପିନ୍ଦର, ସୁଶାନ୍ତ ଦାସ ମହାପାତ୍ର, ଶ୍ରୀତମ ଦାସ, ସନ୍ତୁ ନିଜେ, ଶୈଳେନ୍ଦ୍ର ଏବଂ ପ୍ରିୟମ୍ବଦା ଙ୍କ ବଳିଷ୍ଠ ଅଭିନୟ ଦେଖି ସମସ୍ତ ଦର୍ଶକ ଢେର ପ୍ରଶଂସା କରିଥିଲେ l

ଡେଲିଭରି ବୟ ସିନେମା ମାଧ୍ୟମରେ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଥାପିଥିବା ନିର୍ଦ୍ଦେଶକ ଅଶ୍ୱିନ ତ୍ରିପାଠୀଙ୍କର ଏପରି ଏକ ପରିକଳ୍ପନାକୁ ସମସ୍ତେ ଭୁରି ଭୁରି ପ୍ରଶଂସା କରିଥିଲେ l ଏହି ଚଳଚ୍ଚିତ୍ରର ଚିତ୍ରତ୍ତୋଳନରେ ଈଶ୍ୱର ବାରିକ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ, ପ୍ରଚାର ପ୍ରସାର ଦାୟିତ୍ବରେ ଅଛନ୍ତି ମିଡିଆ ପ୍ଲାନର ପ୍ରଣୟ ଜେଠୀ।

ଅର୍ଚ୍ଚିତା, ଶୈଳେନ୍ଦ୍ର, ବୁଦ୍ଧାଦିତ୍ୟ, ପ୍ରିୟମ୍ବଦା, ସୁଶାନ୍ତ ଦାସ ମହାପାତ୍ର, ସନ୍ତୁ ନିଜେ, ପୁପିନ୍ଦର ସିଂହ ଚଳଚ୍ଚିତ୍ର ରେ ଅଭିନୟ କରିଥିବା ବେଳେ ଚୁଲବୁଲି ନାୟିକା ଭୂମିକା ଦାଶ ଲୋକାଲ ମାଧୁରୀ ପ୍ରମୋସନାଲ ଗୀତ ରେ ଜବରଦସ୍ତ ନୃତ୍ୟ ପରିବେଷଣ କରିଛନ୍ତି l

ଏବେ ଓଡ଼ିଆ ସିନେମା ପ୍ରତି ଓଡ଼ିଆ ଦର୍ଶକଙ୍କର ଭଲ ପାଇବା ଯଥେଷ୍ଟ ବଢିଛି l ଇତି ମଧ୍ୟରେ ଏକାଧିକ ଓଡ଼ିଆ ଚଳଚ୍ଚିତ୍ରକୁ ଦର୍ଶକ ବ୍ୟବସାୟିକ ସଫଳତା ଦେଇଛନ୍ତି l ତେଣୁ ଡେଲିଭରି ବୟ ୨ କୁ ମଧ୍ୟ ଯଥେଷ୍ଟ ଭଲ ପାଇବା ଦେବେ ବୋଲି ଆଶା କରିଛନ୍ତି ପ୍ରଯୋଜନା ସଂସ୍ଥା l

Leave A Reply

Your email address will not be published.