ପିୟୁଷ ତ୍ରିପାଠୀ ଅଭିନୀତ ଭକ୍ତି ଗୀତ ଏବଂ ଗୋଟିଏ ଡ୍ୟାନ୍ସ ନମ୍ବର ମ୍ୟୁଜିକ୍ ଭିଡିଓ ମୁକ୍ତିଲାଭ
ଭୁବନେଶ୍ୱର (ଆମ ଟିଭି): ପବିତ୍ର ଗଣେଶ ପୂଜା ଉପଲକ୍ଷେ ନିର୍ଦ୍ଦେଶକ ବାବୁ ବାବୁ ଙ୍କର “ବୋଲୋ ଗଣପତି ବାପା ମୋରିଆ” ଭକ୍ତି ଗୀତ ଏବଂ ଆଉ ଗୋଟିଏ ଡ୍ୟାନ୍ସ ନମ୍ବର ମ୍ୟୁଜିକ୍ ଭିଡିଓ ମୁକ୍ତିଲାଭ କରିଛି l ଓଲିଉଡ଼ ତଥା ଜଲିଉଡ ଜଗତରେ ନିଜ ଅଭିନୟର ଯାଦୁରେ ଦର୍ଶକଙ୍କୁ ମତୁଆଲା କରିଥିବା ପିୟୁଷ ତ୍ରିପାଠୀ ଏବଂ ଶ୍ରଦ୍ଧା ପାଣିଗ୍ରାହୀ ଭକ୍ତି ଗୀତ ଗଣପତି ବାପା ମୋରିଆ ରେ ଖୁବ ସୁନ୍ଦର ନୃତ୍ୟ କରି ଗୋଟିଏ ଦିନରେ ଦୁଇ ଲକ୍ଷ ଭିୟୂଜ୍ ସଂଗ୍ରହ କରିପାରିଛି l ରିଶବ ପ୍ରତୀକ ଏକାଧାରରେ ଜଣେ ଯୁବ ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ହୋଇଥିବାରୁ ଏହି ଭକ୍ତି ଗୀତକୁ ବେଶ ଲୋକପ୍ରିୟ କରିବାରେ ସକ୍ଷମ ହୋଇଛନ୍ତି l ସାଇନା ଏଣ୍ଟରଟେନମେଣ୍ଟ ୟୁଟ୍ୟୁବ ଚ୍ୟାନେଲରେ ଏହି ଗଣପତି ବାପା ମୋରିଆ ଙ୍କ ଭିଡ଼ିଓ ଟି ଦର୍ଶକ ଦେଖିବାକୁ ପାଇବେ l

ଡ୍ୟାନ୍ସ ନମ୍ବର ମ୍ୟୁଜିକ୍ ଭିଡିଓଟି ଦୁଇ ଜଣ ନବାଗତା କିଶୋର ଓ କିଶୋରୀ ରିତୁରାଜ ଏବଂ ଦିଶା ଙ୍କୁ ଚିତ୍ରିତ ହୋଇଛି l ଯାହା ମାର୍ଟିନ ପ୍ରଡ଼କସନ ୟୁଟ୍ୟୁବ ଚ୍ୟାନେଲରେ ଦେଖିବାକୁ ପାଇବେ l ଉଭୟ ମ୍ୟୁଜିକ୍ ଭିଡ଼ିଓ ର ନିର୍ଦ୍ଦେଶନା ଦେଇଛନ୍ତି ବାବୁ ବାବୁ l ନିର୍ଦ୍ଦେଶକ ବାବୁ ବାବୁ ଅନେକ ପ୍ରବୀଣ ଏବଂ ନବୀନ କଳାକାରଙ୍କୁ ସୁଯୋଗ ଦେଇ ଓଡିଆ ଇଣ୍ଡଷ୍ଟ୍ରିକୁ କଳାକାର ଯୋଗାଉଛନ୍ତି l ତେବେ ବାବୁ ବାବୁ ଙ୍କର ଏହି ଦୁଇଟି ଭିନ୍ନ ଭିନ୍ନ ସ୍ୱାଦର ମ୍ୟୁଜିକ୍ ଭିଡିଓ କୁ ଦର୍ଶକ ଢେର ଭଲ ପାଇବା ଦେବେ ବୋଲି ଆଶା ରହିଛି l