“ଚ୍ୟାଲେଞ୍ଜ” ଟିମ୍ ତରଫରୁ ପ୍ରଚାର ଆରମ୍ଭ, ଦଶହରାରେ ଶୁଭମୁକ୍ତି, ଟ୍ରେଣ୍ଡିଂରେ ଭାଙ୍ଗ ଗୀତ
ଭୁବନେଶ୍ଵର (ଆମ ଟିଭି): ଦଶହରାରେ ମୁକ୍ତିଲାଭ କରିବାକୁ ଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର “ଚ୍ୟାଲେଞ୍ଜ” ଟିମ୍ ଅଗ୍ରପୂଜ୍ୟ ଗଣେଶଙ୍କ ଆଶୀର୍ବାଦ ନେଇ ଚଳଚ୍ଚିତ୍ରର ପ୍ରଚାର ଓ ପ୍ରସାର ଆରମ୍ଭ କରିଛନ୍ତି। ପ୍ରଥମେ ସୁଦୂର ବାଙ୍ଗାଲୋର ରେ ଟିମ୍ ପହଞ୍ଚି ଓଡ଼ିଆ ସଂଘ ସହିତ ମିଶି ପ୍ରଚାର ଆରମ୍ଭ କରିଥିଲେ l ପ୍ରବାସୀମାନେ ଓଡ଼ିଆ ସିନେ ଷ୍ଟାରଙ୍କୁ ଦେଖି ବହୁତ ଖୁସି ହେବା ସହିତ ଓଡ଼ିଆ ଚଳଚ୍ଚିତ୍ର ପ୍ରତି ତାଙ୍କର ଅହେତୁକ ଭଲ ପାଇବା କଥା କହିଥିଲେ l ନିକଟରେ ଚଳଚ୍ଚିତ୍ରର ଭାଙ୍ଗ ଗୀତ ମୁକ୍ତିଲାଭ କରିଥିଲା ଯାହା ଏବେ ଟ୍ରେଣ୍ଡିଂ ରେ ରହିଛି l ବାଙ୍ଗାଲୋର ପରେ ଭୁବନେଶ୍ୱର- ନୟାପଲ୍ଲୀସ୍ଥିତ ନୂଆସାହି ଗଣେଶ ମହୋତ୍ସବ ମଣ୍ଡପରୁ ଚଳଚ୍ଚିତ୍ରର ପ୍ରଚାର ଆରମ୍ଭ ହୋଇଛି l ନାୟକ ଅର୍ଦ୍ଧେନ୍ଦୁ ସାହୁ ଓ ଚୁଲବୁଲି ନାୟିକା ଏଲିନା ସାମନ୍ତରାୟଙ୍କ ସମେତ କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ ଓ ପ୍ରଡକସନ ଡିଜାଇନର ମିଲନ କୁମାର ମଣ୍ଡପରେ ଅଗ୍ରପୂଜ୍ୟ ଗଣେଶଙ୍କର ଆଶୀର୍ବାଦ ନେବା ସହ ଉପସ୍ଥିତ ଭକ୍ତମାନଙ୍କୁ ଦଶହରାରେ ଓଡ଼ିଆ ଫିଲ୍ମ ଚ୍ୟାଲେଞ୍ଜ ଦେଖିବାକୁ ଅନୁରୋଧ କରିଥିଲେ। ଆଖଣ୍ଡଳମଣି ସେବା ସଦନ ତରଫରୁ ଚ୍ୟାଲେଞ୍ଜ ଟିମ୍ କୁ ସମ୍ମାନୀତ କରିବା ସହ ଶୁଭେଚ୍ଛା ପ୍ରଦାନ କରି ସମ୍ମାନୀତ କରିଥିଲେ ।
ନିକଟରେ ମୁକ୍ତିଲାଭ କରିଥିବା ଭାଙ୍ଗ ଗୀତରେ ରିଲ୍ସ କରି ଅଧିକ ଭିଉ ଥିବା ଇନ୍ଷ୍ଟା ଆଇଡିକୁ ଆକର୍ଷଣୀୟ ପୁରସ୍କାର ସହ ପ୍ରିମିୟର ଦିନ ଚଳଚ୍ଚିତ୍ର କଳାକାରମାନଙ୍କ ସହିତ ଫିଲ୍ମ ଦେଖିବାର ସୁଯୋଗ ଦିଆଯିବ ବୋଲି ଟିମ୍ ତରଫରୁ ଘୋଷଣା କରାଯାଇଥିଲା।
ଅଭିନେତା ଅର୍ଦ୍ଧେନ୍ଦୁ ସାହୁଙ୍କ ଅଭିନୀତ ଚ୍ୟାଲେଞ୍ଜ ଚଳଚ୍ଚିତ୍ରରେ ଜବରଦସ୍ତ ଆକ୍ସନ ସହିତ ଫ୍ୟାମିଲି ଡ୍ରାମା ମଧ୍ୟ ଭରି ରହିଛି l ଆଦିଲକ୍ଷ୍ମୀ ଏଣ୍ଟରଟେନମେଣ୍ଟ ବ୍ୟାନରର ଏହା ହେଉଛି ୬ଷ୍ଠ ଅବଦାନ l ଚ୍ୟାଲେଞ୍ଜ ଚଳଚ୍ଚିତ୍ରରେ କିଛି ନୂଆ କରିବା ପାଇଁ ମହାଭାରତର ସେଇ ନାମୀ ଦାମୀ ଚରିତ୍ରରେ ଅଭିନୟ କରିଥିବା ପୁନିତ ଇସାର ଓରଫ ଦୁର୍ଯ୍ୟୋଧନଙ୍କୁ ଏକ ବଳିଷ୍ଠ ଚରିତ୍ରରେ ଦେଖିବାକୁ ମିଳିବ l ତାସହିତ ଦର୍ଶକଙ୍କର ପୁରୁଣା ଦିନକୁ ମନେ ପକେଇଦେବା ପାଇଁ ଜାଇଫୁଲ ଗୀତର ଯୋଡି ପୁପିନ୍ଦର ସିଂ ଓ ଲିପି ମହାପାତ୍ର ଚ୍ୟାଲେଞ୍ଜରେ ନଜର ଆସିବେ l ଯୁବ ନିର୍ଦ୍ଦେଶକ ସାଇ କିରଣ ମଙ୍ଗରାଜଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ଏଥର ଦଶହରାରେ ଓଡ଼ିଆ ଦର୍ଶକ ଭରପୁର ମନୋରଞ୍ଜନ ପାଇବେ ବୋଲି ପ୍ରଯୋଜନା ସଂସ୍ଥା ପ୍ରକାଶ କରିଛି l