ରାଉରକେଲା (ଆମ ଟିଭି): ଏନକାଉଣ୍ଟରରେ ଟଲିଲା ନକ୍ସଲ । ଝାଡ଼ଖଣ୍ଡ ଚାଇବାସାରେ ଏନକାଉଣ୍ଟର । ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଜଣେ ହାର୍ଡକୋର ନକ୍ସଲ ନିହତ ହୋଇଛି । ନକ୍ସଲ ଜୋନାଲ କମାଣ୍ଡର ଅମିତ ହାଁସଦା ଓରଫ୍ ଉପତାନ ନିହତ ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତ ଆରାହାସା ପଞ୍ଚାୟତର ରେଲା ଗାଁର ବୁର୍ଜୁଆ ପାହାଡ଼ ନିକଟରେ ଏନ୍ କାଉଣ୍ଟର ।
ପାହାଡରେ ନକ୍ସଲ ଲୁଚି ରହିଥିବା ସୂଚନା ପାଇ ପୋଲିସ ଏବଂ ସିଆରପିଏଫ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା। ଅମିତ ନାଁରେ ଥିଲା ୧୦ ଲକ୍ଷ ଟଙ୍କାର ପୁରସ୍କାର ଥିଲା । ଘଟଣାସ୍ଥଳରୁ ରାଇଫଲ ସହ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ସର୍ଚ୍ଚ ଅପରେସନ ଜାରି ରହିଛି ।