ରାଜ୍ୟ କ୍ୟାବିନେଟରେ ୫ ବିଭାଗର ୫ ପ୍ରସ୍ତାବ ଉପରେ ମୋହର
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ୨୬ତମ ରାଜ୍ୟ କ୍ୟାବିନେଟ ବୈଠକରେ ୫ଟି ବିଭାଗର ୫ଟି ପ୍ରସ୍ତାବ ଅନୁମୋଦିତ ହୋଇଛି।
ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଗୃହ ଓ ନଗର ଉନ୍ନୟନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବାଣିଜ୍ୟ ଓ ପରିବହନ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରୁ ଗୋଟିଏ ଲେଖାଏଁ ପ୍ରସ୍ତାବ ଆଲୋଚନା ପରେ ଅନୁମୋଦନ ପାଇଛି।