ନିସ୍ ଇନ୍ଷ୍ଟିଚ୍ୟୁଟ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିରେ ପଞ୍ଚ ଦିବସୀୟ କର୍ମଶାଳା ଊଦ୍ଯାପିତ
ଭୁବନେଶ୍ୱର ଛତାବରସ୍ଥିତ ନିସ୍ ଇନ୍ଷ୍ଟିଚ୍ୟୁଟ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଓ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ ଅଫ୍ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନ୍ଫରମେସନ ଟେକ୍ନୋଲୋଜି, ଭୁବନେଶ୍ୱରର ମିଳିତ ସହଭାଗିତାରେ ଦୀର୍ଘ ପାଞ୍ଚ ଦିନ ଧରି ଚାଲିଥୁବା ଡ୍ରୋନ୍ ଟେକ୍ନୋଲୋଜୀ ଓ ଏହାର ସଫଳ ଊଡାଣ ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି । ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ ଅଫ୍ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନ୍ଫରମେସନ ଟେକ୍ନୋଲୋଜି, ଭୁବନେଶ୍ୱରର ପ୍ରୋଜେଟ୍ ଆସୋସିଏଟ୍ ଶ୍ରୀଯୁକ୍ତ କୌଶିକ ମହାନ୍ତି ଓ ଟ୍ରେନର୍ ଶ୍ରୀଯୁକ୍ତ ଦେବେନ୍ଦ୍ର ଦାଶ ଓ ଶ୍ରୀଯୁକ୍ତ ବିଶ୍ଵଜିତ ଜେନା ପ୍ରମୁଖ ଯୋଗ ଦେଇ ଡ୍ରୋନ ଟେକ୍ନୋଲୋଜୀ ନିର୍ମାଣର କୌଶଳ, କାର୍ଯ୍ୟକାରିତା ଓ ଏହାର ଉପାଦେୟତା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦେବା ସହ ଡ୍ରୋନ୍ ନିର୍ମାଣ କୌଶଳର ସଫଳ ରୂପାୟନ ପ୍ରତିପାଦିତ କରିଥିଲେ l ଏଥିରେ ଶିକ୍ଷାନୁଷ୍ଠାନର ଚେୟାରମ୍ୟାନ ଡକ୍ଟର ସୁବାଷ ଚନ୍ଦ୍ର ନାୟକ, ଡାଇରେକ୍ଟର ଡଃ ପ୍ରିୟଦର୍ଶୀ କାନୁନଗୋ, ଅଧ୍ୟକ୍ଷ ଡଃ ଦେବବ୍ରତ ରଥ ଓ କମ୍ପ୍ୟୁଟର ସାଇନ୍ସର ବିଭାଗୀୟ ମୁଖ୍ୟ-ତଥା କୋଡିନେଟର ପ୍ରଫେସର ନିହାର ରଂଜନ ପଣ୍ଡା ପ୍ରମୁଖ ଯୋଗଦେଇ ଆୟୋଜିତ କର୍ମଶାଳାରେ ଡ୍ରୋନ ଟେକ୍ନୋଲୋଜୀ ସମ୍ପର୍କରେ ସେମାନଙ୍କର ସାରଗର୍ଭକ ମତବ୍ୟକ୍ତ କରିଥିଲେ । ଉକ୍ତ ଶିକ୍ଷାନୁଷ୍ଠାନରେ ଡିପ୍ଲୋମା ଓ ଡିଗ୍ରୀ ଇଞ୍ଜିନିୟରିଂରର ଛାତ୍ରଛାତ୍ରୀମାନଙ୍କ ପାଇଁ ଚଳିତ ଶିକ୍ଷାବର୍ଷରେ ବିଭିନ୍ନ ପ୍ରକାର କର୍ମଶାଳା, ସେମିନାର ଓ ନିଯୁକ୍ତି ଭିତ୍ତିକ ଶିକ୍ଷା ପ୍ରଦାନ କରାଯାଉଅଛି ବୋଲି ପ୍ରଶାସନିକ ଅଧିକାରୀ ପିତାମ୍ବର ଚୟନୀ ପ୍ରକାଶ କରିଅଛନ୍ତି ।