ଭୁବନେଶ୍ୱର (ଆମ ଟିଭି): ମଲ୍ରେ ଆଦାୟ ହେଉଥିବା ପାର୍କିଂ ଫି’କୁ ନେଇ ବିଏମସିର ଆଭିମୁଖ୍ୟ ଅସ୍ପଷ୍ଟ । ବିଏମସି କମିସନର ଚଞ୍ଚଲ ରାଣା କହିଛନ୍ତି ମଲ ପାର୍କିଂ ଫି ଘଟଣାରେ ଏହା ନିୟମ ନା ନିୟମ ନୁହେଁ କହି ହେବ ନାହିଁ । ଏହି ଘଟଣାକୁ ନେଇ ଏଯାଏଁ କୌଣସି ନିଷ୍ପତ୍ତି ନେଇନୁ, ଆଗକୁ ଆଲୋଚନା ପରେ ନିଷ୍ପତି ନେବୁ ।
ବିଏମସି କମିସନର ଆଉ ମଧ୍ୟ କହିଛନ୍ତି କିଛି ଲୋକ ବି ପାର୍କିଂର ଅପବ୍ୟବହାର କରିବା ଦୃଷ୍ଟିକୁ ଆସିଛି । ପାର୍କିଂ ବାବଦକୁ ଟଙ୍କା ନିଆଯିବା ଘଟଣା ବିଷୟରେ ଅବଗତ ଅଛୁ । କୌଣସି ନିର୍ଦ୍ଧିଷ୍ଟ ନିୟମ ମୁଁ ଜାଣି ନାହିଁ। ଏହାକୁ ନେଇ ଅନେକ ବିବାଦୀୟ ନିୟମ ଏବଂ ଜଜମେଣ୍ଟ ରହିଛି। ବିଭିନ୍ନ ରାଜ୍ୟରେ ଏହାକୁ ନେଇ ଭିନ୍ନଭିନ୍ନ ରାୟ ରହିଛି। କିଛି ଜାଗାରେ କଞ୍ଜୁମର କୋର୍ଟ, କିଛି ଜାଗାରେ ହାଇକୋର୍ଟ କିଛି ଜାଗାରେ ସୁପ୍ରିମକୋର୍ଟଙ୍କ ରାୟ ଏହା ଉପରେ ରହିଛି। ଏ ବାବଦରେ ବିଡ଼ିଏର ନିୟମ ରହିଛି ଓ କର୍ପୋରେସନ ମଧ୍ୟ କିଛି ରିଜୋଲ୍ୟୁସନ ଦେଇଛନ୍ତି।