ରୋଗୀଙ୍କୁ ୧ କିମି ଷ୍ଟ୍ରେଚରରେ ବୋହିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ*

0

ଆଜି ସକାଳ ପ୍ରାୟ ୦୮:୦୦ ସମୟରେ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଙ୍ଗିପୁର ଗ୍ରାମର ୯୮ ବର୍ଷୀୟ ଗୌରାଙ୍ଗ ଚରଣ ସାମଲ ନାମକ ଜଣେ ବ୍ୟକ୍ତି ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥିଲେ | ତେଣୁ ପରିବାର ଲୋକ ତାଙ୍କୁ ଡାକ୍ତରଖାନା ନେବା ପାଇଁ ୧୦୮ କୁ ଯୋଗାଯୋଗ କରିଥିଲେ | ଅଭିଯୋଗ ପାଇଁ ମଙ୍ଗଳପୁର ଡାକ୍ତରଖାନାରେ ଥିବା ୧୦୮ ଆମ୍ବୁଲାନ୍ସ ଟି ରୋଗୀଙ୍କ ପାଇଁ ନିୟୋଜିତ କରାଯାଇଥିଲା ଏବଂ ପ୍ରାୟ ୦୮:୪୩ ମିନିଟ ସମୟରେ ଆମ୍ବୁଲାନ୍ସ

ରୋଗୀଙ୍କ ଗାଁ ନିକଟରେ ପହଞ୍ଚିଥିଲା କିନ୍ତୁ ରାସ୍ତା ଅଭାବ କାରଣରୁ ରୋଗୀଙ୍କ ଘର ପର୍ଯ୍ୟନ୍ତ ଆମ୍ବୁଲାନ୍ସ ପହଞ୍ଚି ନ ପାରି ୧ କିମି ଦୂରରେ ରହିଯାଇଥିଲା | କାଳବିଳମ୍ବ ନ କରି ୧୦୮ ଆମ୍ବୁଲାନ୍ସର ଡ୍ରାଇଭର ପ୍ରଦୀପ କୁମାର ମଲ୍ଲିକ,ଇ.ଏମ.ଟି ସ୍ମୃତି ସୌରଭ ସାହୁ ଏବଂ ହେଲ୍ପର ଦୀପକ କୁମାର ଜେନା ଏକ ସ୍ଟ୍ରେଚର ଧରି ରୋଗୀଙ୍କ ପାଖରେ ପହଂଚିଥିଲେ ଏବଂ ପ୍ରାୟ ୧ କିମି ରୋଗୀଙ୍କୁ ସ୍ଟ୍ରେଚରରେ ଆମ୍ବୁଲାନ୍ସ ନିକଟକୁ ଆଣି ରୋଗୀଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ | ଉକ୍ତ କାର୍ଯ୍ୟ ପାଇଁ ରୋଗୀଙ୍କ ପରିବାର ଲୋକ ତଥା ଗ୍ରାମବାସୀ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ସାଧୁବାଦ ଜଣାଇଛନ୍ତି |

Leave A Reply

Your email address will not be published.