ରିଲିଜ୍ ହେଲା “ଚ୍ୟାଲେଞ୍ଜ” ର ଟ୍ରେଲର, ୨୬ରେ ଶୁଭମୁକ୍ତି

0

ଭୁବନେଶ୍ୱର (ଆମ ଟିଭି): ମଲ୍ଟି ଷ୍ଟାର୍ସଙ୍କୁ ନେଇ ଓଡ଼ିଆ ଦର୍ଶକଙ୍କୁ ଦଶହରା ଭେଟି ଦେବାକୁ ଆଦିଲକ୍ଷ୍ମୀ ଏଣ୍ଟରଟେନମେଣ୍ଟ ବ୍ୟାନର ଦ୍ୱାରା ନିର୍ମାଣ ହୋଇଥିବା ବଡ଼ ବଜେଟର ଓଡ଼ିଆ ଚଳଚ୍ଚିତ୍ର “ଚ୍ୟାଲେଞ୍ଜ”ର ଟ୍ରେଲର ରିଲିଜ୍ ହୋଇଛି l ଭୁବନେଶ୍ୱର ମଧ୍ୟ ଭାଗରେ ଏକ ମଲ୍ ର ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଏହି ରିଲିଜ୍ ହୋଇଛି l ସୁପରଷ୍ଟାର ଅର୍ଦ୍ଧେନ୍ଦୁ ସାହୁ, ଚୁଲବୁଲି ଏଲିନା ସାମନ୍ତରାୟ, ଭୂପିନ୍ଦର ସିଂହ, ଲିପି ମହାପାତ୍ର, ବବି ମିଶ୍ର, ଜୀବନ ପଣ୍ଡା, ରବି ମିଶ୍ର, ହରିହର ମହାପାତ୍ର, ବିଭାସ, ନିର୍ଦ୍ଦେଶକ ସାଇ କିରଣ ମଙ୍ଗରାଜ, ଡିଓପି ପ୍ରତାପ ରାଉତ ଏବଂ କୋରିଓଗ୍ରାଫର ଅମିତ ନାୟକ ପ୍ରମୁଖ ରିଲିଜ୍ ଉତ୍ସବରେ ଯୋଗଦେଇଥିଲେ l

ମଲ୍ ରେ ହଜାର ହଜାର ସିନେ ଦର୍ଶକଙ୍କ ଗହଳି ଭିତରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା l ଆମ ଓଡ଼ିଆଙ୍କର ସବୁଠାରୁ ବଡ଼ ପର୍ବ ଦଶହରା ଉପଲକ୍ଷେ ଚ୍ୟାଲେଞ୍ଜ ମୁକ୍ତିଲାଭ କରୁଥିବାରୁ ମଞ୍ଚରେ ଥିବା ସମସ୍ତ କଳାକାର, ମଞ୍ଚ ସମ୍ମୁଖରେ ଥିବା ସିନେପ୍ରେମୀଙ୍କୁ ଚ୍ୟାଲେଞ୍ଜ ଦେଖିବାକୁ ଅନୁରୋଧ କରିଥିଲେ l ପ୍ରଥମଥର ପାଇଁ ଓଲିଉଡ଼ ଜଗତରେ ମଲ୍ଟି ଷ୍ଟାର୍ସଙ୍କୁ ନେଇ ମୁକ୍ତିଲାଭ କରିବାକୁ ଯାଉଥିବା ଚ୍ୟାଲେଞ୍ଜ ରେ ଫାମିଲି ଡ୍ରାମା ଠୁ ନେଇ ଭରପୁର ଆକ୍ସନ, ଇମୋସନ ଭରି ରହିଛି l ସବୁଠୁ ବଡ଼ କଥା ହେଲା ଚ୍ୟାଲେଞ୍ଜରେ ବଲିଉଡର ପ୍ରଖ୍ୟାତ ଅଭିନେତା ପୁନିତ ଇଶାରଙ୍କୁ ଦେଖିବାକୁ ପାଇବେ l

ଚଳଚ୍ଚିତ୍ର ଚ୍ୟାଲେଞ୍ଜ ସେପ୍ଟେମ୍ବର ୨୬ରେ ସାରା ଓଡ଼ିଶାରେ ମୁକ୍ତି ଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ର କ୍ରୀଏଟିଭ ହେଡ୍ ତଥା ମିଡିଆ ପ୍ଲାନର ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.