ଦୁର୍ଗା ଭସାଣ ବେଳେ କଟକରେ ଗଣ୍ଡଗୋଳ : ୬ ଜଣ ଆହତ

0

ଭୁବନେଶ୍ୱର (ଆମ ଟିଭି): ମାଦୁର୍ଗାଙ୍କ ଭସାଣ ବେଳେ କଟକରେ ଗଣ୍ଡଗୋଳ। ଏଥିରେ ୬ ଜଣ ଆହତ ହୋଇଛନ୍ତି। ଏପରିକି ଡିସିପି ରିଷିକେଶ ଖିଲାରି ମଧ୍ୟ ଆହତ ହୋଇଛନ୍ତି। ତାଙ୍କ ଆଖିପତାରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। ଝାଞ୍ଜିରିମଙ୍ଗଳା ପୂଜା କମିଟିର ଶୋଭାଯାତ୍ରା ଚାଲିଥିବା ବେଳେ ଦରଘା ବଜାର ଅଞ୍ଚଳର ହାତୀ ପୋଖରୀ ଛକ ନିକଟରେ ଏହି ଗଣ୍ଡଗୋଳ ହୋଇଥିଲା।

ଦୁଇ ଗୋଷ୍ଠୀ ପରସ୍ପର ଉପରକୁ ଟେକା ପଥର ଓ କାଚ ବୋତଲ ଫିଙ୍ଗିଥିଲେ। ଏଥିରେ ଅନେକ ଆହତ ହୋଇଛନ୍ତି। ପୋଲିସ ସମାଧାନ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ବି ରୋଷର ଶିକାର ହୋଇଥିଲେ। ଏବେ ଗୌରୀ ଶଙ୍କର ପାର୍କରୁ ଦରଘା ବଜାର ଯାଏ ପୋଲିସ ଛାଉଣୀ ରହିଛି। ଏପରିକି କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରାଯାଇଥିବା ଜଣାପଡ଼ିଛି। ରାତିର ଗଣ୍ଡଗୋଳ ଯୋଗୁଁ ବିସର୍ଜନ ହୋଇନପାରି ବହୁତ ମେଢ଼ ଅଟକି ରହିଥିଲେ। ଏବେ କଡ଼ା ପୋଲିସ ସୁରକ୍ଷାରେ ସେହି ମେଢ଼ଗୁଡ଼ିକୁ ଦେବୀଗଡ଼ାକୁ ନିଆଯାଉଛି।

Leave A Reply

Your email address will not be published.