ଗାଡ଼ି ଚାଲାଣ ଜରିମାନାରେ କୋହଳ
ରାସ୍ତାରେ ଯିବା ବେଳେ ଯେଉଁମାନଙ୍କର ଗାଡ଼ିର ଚାଲାଣ କଟିଛି, ସେମାନଙ୍କୁ ରାଜ୍ୟ ସରକାର ଆଶ୍ବସ୍ତି ପ୍ରଦାନ କରିଛନ୍ତି। ଚାଲାଣ କଟିଥିବା ବାହନର ଜରିମାନାରେ ରାଜ୍ୟ ସରକାର ବଡ଼ କୋହଳ କରିଛନ୍ତି। କୌଣସି ପରିସ୍ଥିତିରେ ଚାଲାଣ କଟିଥିବା ଲୋକଙ୍କୁ ଜରିମାନାର ୫୦ ପ୍ରତିଶତ ପୈଠ କରିବାକୁ ହେବ। ଚଳିତ ବର୍ଷ ଜୁଲାଇ ୩୧ ତାରିଖ ପୂର୍ବରୁ ଯଦି କୌଣସି ବ୍ୟକ୍ତିଙ୍କର ଚାଲାଣ କଟିଛି, ଏଥି ପାଇଁ ମୋଟ୍ ପରିମାଣର ୫୦ ପ୍ରତିଶତ ଜରିମାନା ଦେବାକୁ ପଡ଼ିବ। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।
ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଦ୍ବାରା ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ଆବଶ୍ୟକତା ଠାରୁ ଅଧିକ ଏବଂ ବିନା ବୈଧ ଲାଇସେନ୍ସରେ ଲାଇସେନ୍ସ କଟିଥିଲେ ୫,୦୦୦ ଟଙ୍କା ବଦଳରେ ୨,୫୦୦ ଟଙ୍କା ପୈଠ କରିବେ। ସେହିପରି ବୈଧ ଲାଇସେନ୍ସ ବିନା ଗାଡ଼ି ଚଲାଇ ୫,୦୦୦ ଟଙ୍କାର ଚାଲାଣ କଟିଥିଲେ ୨,୫୦୦ ଟଙ୍କା ଦେବାକୁ ପଡ଼ିବ।