ଏମ୍ରୀ ଗ୍ରୀନ ହେଲଥ ସର୍ଭିସେସ ଆନୁକୁଲ୍ୟରେ ସିପିଆର ସଚେତନତା ସପ୍ତାହ ପାଳିତ

0

ଭୁବନେଶ୍ୱର (୧୪/୧୦)- ଗତକାଲି ଏମ୍ରୀ ଗ୍ରୀନ ହେଲଥ ସର୍ଭିସେସ ଭୁବନେଶ୍ୱର ଶାଖା ଆନୁକୁଲ୍ୟରେ ସିପିଆର ସଚେତନତା ସପ୍ତାହ ପାଳିତ ହୋଇଯାଇଛି | ଏହି ଅବସରରେ ଏମ୍ରୀ ଗ୍ରୀନ ହେଲଥ ସର୍ଭିସେସ ତଥା ୧୦୮ ଆମ୍ବୁଲାନ୍ସର ରାଜ୍ୟମୁଖ୍ୟ ଶ୍ରୀ ସବ୍ୟସାଚୀ ବିଶ୍ୱାଳ ଯୋଗଦେଇ ସଭାର ଶୋଭା ମଣ୍ଡିତ କରିଥିଲେ | ଏହି ସଚେତନତା କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଛି, ଯାହା ଅକ୍ଟୋବର ୧୩ ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ପାଳନ କରାଯିବ |

ଯେଉଁଥିରେ ସାଧାରଣ ଜନତା କିପରି ଜଟିଳ ଜରୁରୀକାଳୀନ ପରିସ୍ଥିତିରେ ସିପିଆର ପ୍ରଣାଳୀର ଉପଯୋଗକରି ଏକ ମୂଲ୍ୟବାନ ଜୀବନ ବଞ୍ଚାଇପାରିବେ ତାହା ତାଲିମ ଦିଆଯିବ | ଏହି କାର୍ଯ୍ୟକ୍ରମରେ ଏମ୍ରୀ ଗ୍ରୀନ ହେଲଥ ସର୍ଭିସେସର ଅଭିଜ୍ଞ ଡାକ୍ତରୀ ଦଳ ଉପସ୍ଥିତ ରହିଥିବା ବେଳେ ଇ.ଏମ.ଏଲ.ସି ଦଳର ସଦସ୍ୟ ଡାକ୍ତର ପଙ୍କଜ ସଚାନ ଏବଂ ପ୍ରମିତ ପ୍ରିୟଦର୍ଶନ ପଣ୍ଡା ଅଂଶଗ୍ରହଣକାରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ |

Leave A Reply

Your email address will not be published.