ବଡ଼ ପରଦାରେ ନିରିହ ଶିଶୁ ନିର୍ଯ୍ୟାତନାର କାହାଣୀ ପରୀ
ଭୁବନେଶ୍ୱର (ଆମ ଟିଭି): ସମାଜରେ କ୍ରମାଗତ ଭାବେରେ ବଢ଼ି ଚାଲିଛି ଶିଶୁ ମାନଙ୍କ ଉପରେ ଅତ୍ୟାଚାର l ଯୌନ ନିର୍ଯ୍ୟାତନା ଭଳି ପାଶବିକ ମାନସିକତା ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଛି l “ପରୀ” ଏକ ନିରୀହ, କୋମଳ ଫୁଲ କଢି l ଅନେକ ସ୍ୱପ୍ନ ଥିଲା ବାପାମାଆଙ୍କର l ମାତ୍ର ଅକାଳରେ ଝରି ପଡିଲା କିଛି ଯୌନ ରାକ୍ଷସଙ୍କ ଅତ୍ୟାଚାରରେ l ପଇସା, ପ୍ରତିଷ୍ଠା, ରାଜନୀତି ଆଗରେ କ୍ଷୀଣ ପଡିଯାଇଛି ବିଚରା ବାପାମାଆଙ୍କର l ହେଲେ ପରିଶେଷରେ କ’ଣ ପରୀ କୁ ନ୍ୟାୟ ମିଳିଛି? ଏଭଳି ଏକ ସ୍ପର୍ଶକତାର କାହାଣୀ ଉପରେ ପରୀ ର କାହାଣୀ ଗତିଶୀଳ l

କାହାଣୀ ରଚନା ସହିତ ପ୍ରଯୋଜନା କରିଛନ୍ତି ସଞ୍ଜୟ ମହାନ୍ତି l ସହ ନିର୍ମାତା ରହିଛନ୍ତି ଚନ୍ଦନ ସ୍ୱାଇଁ ଏବଂ ଅନିଲ ବଳିୟାରସିଂହ l ସଂଳାପ ଡଃ ରଜନୀ ରଞ୍ଜନ ରଚନା କରିଛନ୍ତି ଏବଂ ଜାପାନୀ ଭାଇ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି l ପ୍ରମୋଦ ପରିଡା ରଚନା କରିଥିବା ଗୀତଗୁଡିକୁ ଗାୟକ ତାରିକ୍ ଅଜିଜ୍, ଅନ୍ତରା ଚକ୍ରବର୍ତ୍ତୀ, ଜ୍ୟୋତିର୍ମୟୀ ନାୟକ, ରୁକୁ ସୁନା, ଡକ୍ଟର ରୋହନ ବିଶ୍ୱାଳ କଣ୍ଠଦାନ କରିଛନ୍ତି l ଧ୍ରୁବନନ୍ଦ ପଣ୍ଡା (ଲିଟୁ) ଡିଓପି ରହିଥିବା ବେଳେ ଚନ୍ଦ୍ରଶେଖର ମିଶ୍ର ସମ୍ପାଦନା କରିଛନ୍ତି l ଚିତ୍ରନାଟ୍ୟ ସହିତ ନିର୍ଦ୍ଦେଶନା ଦେଇଛନ୍ତି ତ୍ରିପତି କୁମାର ସାହୁ |

କୋରିଓଗ୍ରାଫର ଏସ୍ କେ ମୁରଲୀଧରନ୍ ଏବଂ ଅମିତ ନାୟକ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି l ପ୍ରଚାର ଓ ପ୍ରସାର ଦାୟିତ୍ୱରେ ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ରହିଛନ୍ତି l ଏହି ଫିଲ୍ମରେ ବହୁ ଅଭିଜ୍ଞ ଆର୍ଟିଷ୍ଟ ଯଥା- ଜ୍ୟୋତି, ଅନୁରାଧା ପାଣିଗ୍ରାହୀ, ଶ୍ରୀତମ ଦାସ, ନୀଳମଣି ସାହୁ, ପ୍ରଦ୍ୟୁମ୍ନ ଲେଙ୍କା, ସୌମ୍ୟ ଅଧିକାରୀ, ଗୁଡ୍ଡୁ, ଜଗନ୍ନାଥ ସାହୁ, ନରେଶ ରାଉତରାୟ, ନିରଞ୍ଜନ ଆଚାର୍ଯ୍ୟ, ପପି ସାନ୍ତୁକା, ଶିଶୁ କଳାକାର ଦିବ୍ୟାଂଶୀ ଓ ସ୍ନେହା ପ୍ରମୁଖ ଅଭିନୟ କରିଛନ୍ତି l