ସାବଧାନ ରିଲ୍ସ ପ୍ରେମୀ: ଏଣିକି ଟ୍ରାକ, ଟ୍ରେନରେ ସେଲଫି ଓ ରିଲ କଲେ ଗଣିବାକୁ ପଡ଼ିବ ତଣ୍ଡ; ଯିବାକୁ ବି ପଡିପାରେ ଜେଲ
ସାବଧାନ ରିଲ୍ସ ପ୍ରେମୀ । ଏଣିକି ଟ୍ରାକ, ଟ୍ରେନରେ ସେଲଫି ଓ ରିଲ ଦଣ୍ଡନୀୟ ଅପରାଧ । ପୂର୍ବତଟ ରେଳପଥର କଡ଼ା ଚେତାବନୀ । ଟ୍ରେନ ଟ୍ରାକରେ ହେଉ କି ରେଳ ଧାରଣା କଡରେ ହେଉ ଯେଉଁଠି ବି ରିଲ୍ସ କଲେ କିମ୍ବା ସେଲ୍ଫି ନେଲେ ଭୋଗିବାକୁ ପଡିବ ପରିଣାମ । ଗଣିବାକୁ ପଡ଼ିବ ତଣ୍ଡ, ଯିବାକୁ ବି ପଡିପାରେ ଜେଲ । କାରଣ ଅମାନିଆଙ୍କ ପାଇଁ କଡ଼ା ଚେତାବନୀ ଦେଇଛି ପୂର୍ବତଟ ରେଳପଥ । ଟ୍ରାକ୍ ନିକଟରେ କିମ୍ବା ଚାଲୁଥିବା ଟ୍ରେନରେ ସେଲ୍ ଫି କିମ୍ବା ରିଲ୍ ନେବା ଏକ ଦଣ୍ଡନୀୟ ଅପରାଧ ।
ତେବେ ପୂର୍ବତଟ ରେଳପଥ ଜନସାଧାରଣଙ୍କୁ, ବିଶେଷକରି ଯୁବପିଢ଼ି ଏବଂ ସାମାଜିକ ଗଣମାଧ୍ୟମରେ ରୁଚି ରଖିଥିବା ଲୋକଙ୍କୁ ଚେତାବନୀ ଦେବା ସହ ସତର୍କ କରାଇ ଦେଇଛି କି ରେଳପଥ ଉପରେ, ଟ୍ରେନ ଟ୍ରାକ୍ ନିକଟରେ କିମ୍ବା ଚାଲୁଥିବା ଟ୍ରେନର ଫୁଟବୋର୍ଡ କିମ୍ବା ଛାତ ଉପରେ ଭିଡିଓ ସୁଟିଂ କରିବା କିମ୍ବା “ରିଲ୍ ” ତିଆରି କରିବା ମାରାତ୍ମକ ଏବଂ ବେଆଇନ ଅଭ୍ୟାସ । ଏହା ବିରୁଦ୍ଧରେ ସତର୍କ କରାଇ ଏକ କଡ଼ା ଚେତାବନୀ ଦେଇ ପୂର୍ବତଟ ରେଳପଥ ସ୍ପଷ୍ଟ କରିଛି ଯେ ଏପରି ବେପରୁଆ କାର୍ଯ୍ୟ କେବଳ ଜୀବନ ପାଇଁ ବିପଦପୂର୍ଣ୍ଣ ନୁହେଁ ବରଂ ରେଳବାଇ ଆଇନ, ୧୯୮୯ ଅନୁଯାୟୀ କଡ଼ା ଦଣ୍ଡନୀୟ ଅପରାଧ । ଏହି ପଦକ୍ଷେପ ଏକ ଚିନ୍ତାଜନକ ଅଭ୍ୟାସ, ଯେଉଁଠାରେ ସାମାଜିକ ଗଣମାଧ୍ୟମରେ ଟିକେ ପ୍ରଶଂସା ପାଇବା ପାଇଁ କିମ୍ବା ପରିଚୟ ସୃଷ୍ଟ ପାଇଁ କେହି କେହି ନିଜ ସହ ରେଳ ପରିଚାଳନାର ସୁରକ୍ଷାକୁ ବିପଦରେ ପକାନ୍ତି, ଯାହା ଅନେକ ସମୟରେ ଦୁଃଖଦ ଓ ମାରାତ୍ମକ ଦୁର୍ଘଟଣାର କାରଣ ପାଲଟେ ।
ପୂର୍ବତଟ ରେଳପଥ ଅନୁରୋଧ କରିଛି ଯେ ରେଳପଥ, ଷ୍ଟେସନ ପରିସର ଏବଂ ଚଳନ୍ତା ଟ୍ରେନ୍ ଗୁଡ଼ିକ ମନୋରଞ୍ଜନ ଭିଡିଓ କିମ୍ବା ରିଲ୍ସ ତିଆରି ପାଇଁ ନୁହେଁ ବରଂ ଏଗୁଡ଼ିକ ଉଚ୍ଚ ବିପଦପୂର୍ଣ୍ଣ କାର୍ଯ୍ୟକ୍ଷମ କ୍ଷେତ୍ର। ଏହି ସ୍ଥାନଗୁଡ଼ିକରେ ଅନଧିକାର ପ୍ରବେଶ କିମ୍ବା ଷ୍ଟଣ୍ଟ ପ୍ରଦର୍ଶନ କରିବା ଜୀବନ ପ୍ରତି ଏକ ବିପଦ ଆଣିବା ସହ ଏହା ଅପରାଧିକ କାମ ଅଟେ । ଟ୍ରାକ୍ ନିକଟରେ କିମ୍ବା ଚାଲୁଥିବା ଟ୍ରେନରେ ସେଲଫି ଓ ରିଲ୍ସ କରିବା ହେଉଛି ଦଣ୍ଡନୀୟ ଅପରାଧ । ରେଳପଥ ଉପରେ, ଟ୍ରାକ୍ ନିକଟରେ କିମ୍ବା ଚାଲୁଥିବା ଟ୍ରେନର ଫୁଟବୋର୍ଡ କିମ୍ବା ଛାତ ଉପରେ ଭିଡିଓ ସୁଟିଂ କରିବା କିମ୍ବା ରିଲ ତିଆରି କରିବାର ମାରାତ୍ମକ ଏବଂ ବେଆଇନ ଅଭ୍ୟାସ ବିରୁଦ୍ଧରେ ସତର୍କ କରାଇ ଏକ କଡ଼ା ସଚେତନତା ଅଭିଯାନ ଆରମ୍ଭ କରିଛି ।