ଆଜିଠୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୫ଟିକିଆ ଟି-ଟ୍ବେଣ୍ଟି ସିରିଜ: କାନବେରାରେ ହେବ ପ୍ରଥମ ମ୍ୟାଚ

0

ନୂଆଦିଲ୍ଲୀ(ଆମ ଟିଭି):ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜିଠୁ ଆରମ୍ଭ ହେଉଛି ଟି-ଟ୍ବେଣ୍ଟି ସିରିଜ । ଏହି ୫ଟିକିଆ ସିରିଜର ପ୍ରଥମ ମ୍ୟାଚ କାନବେରାରେ ଖେଳାଯିବ । ୱାନଡେ ସିରିଜକୁ ଭାରତ ୨-୧ରେ ହାରିଛି । ତେଣୁ ଅଷ୍ଟ୍ରେଲିଆକୁ ତା’ ନିଜ ମାଟିରେ ଟି-୨୦ ସିରିଜରେ ହରାଇବାକୁ ପ୍ରାଣପଣେ ଚେଷ୍ଟା କରିବ ସୂର୍ଯ୍ୟକୁମାର ଯାଦବଙ୍କ ଟିମ୍ ଇଣ୍ଡିଆ ।

ଦଳକୁ ଫେରିଛନ୍ତି ମେନ୍ ଷ୍ଟ୍ରାଇକ୍ ବୋଲର ଯଶପ୍ରିତ ବୁମ୍‌ରା । ଆସନ୍ତାବର୍ଷ ଫେବୃଆରୀରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ବକପ୍ ପୂର୍ବରୁ ଏହି ସିରିଜ ଉଭୟ ଦଳ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ । ରାଙ୍କିଙ୍ଗରେ ମଧ୍ୟ ଭାରତ ନମ୍ବର ୱାନ୍ ଓ ଅଷ୍ଟ୍ରେଲିଆ ନମ୍ବର ଟୁ’ ରହିଛି ।

Leave A Reply

Your email address will not be published.