ପୁରୀ ଶ୍ରୀମନ୍ଦିର ନିକଟରେ ଠେଲାପେଲା: ବ୍ୟାରିକେଡ୍ ଠେଲି ଭିତରକୁ ପଶିଲେ ଶ୍ରଦ୍ଧାଳୁ

0

ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀମନ୍ଦିରର ଉତ୍ତର ଦ୍ୱାର ନିକଟରେ ଆଜି ଉତ୍ତେଜନା ଦେଖାଦେଇଛି। ବହୁ ସଂଖ୍ୟକ ଭକ୍ତ ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ରଖାଯାଇଥିବା ବ୍ୟାରିକେଡ୍‌କୁ ଜୋର୍‌ରେ ଠେଲି ଭିତରକୁ ପଶି ଯାଇଥିଲେ। ଏହି ଠେଲାପେଲା ସମୟରେ, ଦୁଇ ଜଣ ମହିଳା ଭକ୍ତ ତଳେ ପଡ଼ିଯାଇଥିଲେ।

ବହୁ ସଂଖ୍ୟକ ଭକ୍ତ ଏକାସାଙ୍ଗରେ ବ୍ୟାରିକେଡ୍ ଠେଲି ମନ୍ଦିର ଭିତରକୁ ପ୍ରବେଶ କରିବାରୁ ଏହି ସ୍ଥିତି ଉପୁଜିଥିଲା। ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ଏବଂ ସୁରୁଖୁରୁରେ ଦର୍ଶନ ପାଇଁ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ପୋଲିସ ଏବଂ ସୁରକ୍ଷା କର୍ମୀ ଉଦ୍ୟମ ଜାରି ରଖିଛନ୍ତି

 

Leave A Reply

Your email address will not be published.