ନିସ୍ ହାକାଥନ୍ – ୨୦୨୫ ଉଦ୍‌ଯାପିତ

0

ଭୁବନେଶ୍ୱର (ଆମ ଟିଭି): ଭୁବନେଶ୍ଵର ମଦନପୁରସ୍ଥିତ ନିସ୍ ଇନ୍‌ଷ୍ଟିଚ୍ୟୁଟ ଅଫ ବିଜିନେସ ଆଡମିନିଷ୍ଟ୍ରେସନ ପରିସରରେ ଦୁଇ ଦିବସୀୟ ନିସ୍ ହାକାଥନ୍ ଅନୁଷ୍ଠିତ ହୋଇଯାଇଅଛି । କୃଷି କ୍ଷେତ୍ରରେ ଅତ୍ୟାଧୁନିକ ପ୍ରଣାଳୀର ଉପଯୋଗୀତା ଓ ଏହାର ବିନିଯୋଗକୁ ୨୪ ଘଣ୍ଟିଆ କମ୍ପ୍ୟୁଟର କୋଡିଂ ମାରାଥନ ପ୍ରଣାଳୀରେ ଛାତ୍ରଛାତ୍ରୀମାନଙ୍କୁ ଡିଜିଟାଲ୍ କୃଷିକ୍ଷେତ୍ରରେ ନବଉଥାନ, ଦଳୀୟ କାର୍ଯ୍ୟ ଦକ୍ଷତା ଏବଂ ସମସ୍ୟାର ସମାଧାନକୁ ପ୍ରୋତ୍ସାହିତ କରିବା ପାଇଁ ଶିକ୍ଷାଦାନ କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ଶ୍ରୀ ୟୁନିଭରସିଟିର ପ୍ରଫେସର ଡଃ ଚିନ୍ମୟ ନାୟକ, ଆଇ ସି ଏଫ ଆଇ ପ୍ରଫେସର ଡଃ ସନ୍ଦୀପ ପଣ୍ଡା, ରେଭେନ୍ସା ୟୁନିଭରସିଟିର କମ୍ପ୍ୟୁଟର ସାଇନ୍ସ ବିଭାଗର ପ୍ରଫେସର ଡଃ ଓମ ପ୍ରକାଶ ଜେନା, ଏଲ୍ ଆଣ୍ଡ ଟି ର ଓଡିଶା ପ୍ରୋଜେକ୍ଟ ହେଡ୍ ଶ୍ରୀଯୁକ୍ତ ଆଦ୍ୟାନ୍ ବଳ, ଉବୁଲୁର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଆକାଶ ଜୟୱାଲ ଓ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟର ପ୍ରଫେସର ଡଃ ଚନ୍ଦ୍ର ଶେଖର ରାଓ ପ୍ରମୁଖ ଯୋଗଦେଇ କୃଷି କ୍ଷେତ୍ରରେ ଡିଜିଟାଲ କମ୍ପ୍ୟୁଟର କୋଡିଙ୍ଗ୍ ମାରାଥନ୍ ବିଷୟରେ ଛାତ୍ର ଛାତ୍ରୀମାନଙ୍କୁ ଅତ୍ୟାଧୁନିକ ପ୍ରଣାଳୀର ଉପଯୋଗୀତା ଓ ଏହାର ବିନିଯୋଗ ପ୍ରଣାଳୀର ତାତ୍ପର୍ଯ୍ୟତା ସମ୍ପର୍କରେ ଆଲୋକପାତ କରିଥିଲେ ।

ଏଥିରେ ଶିକ୍ଷାନୁଷ୍ଠାନର ଚେୟାରମ୍ୟାନ ଡକ୍ଟର ସୁଭାଷ ଚନ୍ଦ୍ର ନାୟକ, ଅଧ୍ୟକ୍ଷ ଡଃ ରାଜେସ୍ ସାଇନ, ଡେପୁଟି ଡାଇରେକ୍ଟର ଡଃ ଦୁଷ୍ମନ୍ତ କୁମାର ପଟ୍ଟନାୟକ, କମ୍ପ୍ୟୁଟର ସାଇନ୍ସ ବିଭାଗୀୟ ମୁଖ୍ୟ ପ୍ରଫେସର ପ୍ରଭାକର ମିଶ୍ର ଓ ଡଃ ଶ୍ରଦ୍ଧାଞ୍ଜଳୀ ନାୟକଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଊକ୍ତ ହାକାଥନ ପ୍ରୋଗ୍ରାମ ଶିକ୍ଷାନୁଷ୍ଠାନର ଟ୍ରଷ୍ଟି ଶ୍ରୀଯୁକ୍ତ ସାଇ ସମ୍ବିତ ନାୟକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଥଲା ବୋଲି ପ୍ରଶାସନିକ ଅଧିକାରୀ ପିତାମ୍ବର ଚୟନୀ ପ୍ରକାଶ କରିଅଛନ୍ତି ।

Leave A Reply

Your email address will not be published.